Posted inଜାତୀୟ

ସରିସ୍କା ଅଭୟାରଣ୍ୟରେ ନିଆଁ, ୨୭ ବାଘ-୨୫୦ରୁ ଅଧିକ ଚିତା ସଙ୍କଟରେ, ଜନବସତି ମୁହାଁ ବନ୍ୟପ୍ରାଣୀ…

ଅଲଓ୍ବର, ୩୦।୩ : ରାଜସ୍ଥାନର ଅଲୱାର ଜିଲାର ସରିସ୍କା ଟାଇଗର ରିଜର୍ଭରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭିନି। ବାୟୁସେନା ହେଲିକପ୍ଟରଗୁଡିକ କ୍ରମାଗତ ଭାବରେ ପାଣି ଛିଞ୍ଚୁଛନ୍ତି। ୩୦୦ରୁ ଅଧିକ ବନ କର୍ମଚାରୀ, ହୋମଗାର୍ଡ, ଗାଇଡ, ପ୍ରଶାସନିକ ଅଧିକାରୀ ଏବଂ ଗ୍ରାମବାସୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ପ୍ରାୟ ୨୦ରୁ ୨୫ କିଲୋମିଟର ଅଞ୍ଚଳରେ ନିଆଁ ଲାଗିଛି। ରାତିର ଅନ୍ଧକାରରେ ଦୂରରୁ ନିଆଁ ଦେଖିଯାଉଛି। ବାଘୁଣୀ ଏବଂ ଶାବକମାନେ ବିପଦରେ ଅଛନ୍ତି ।

ଅଗ୍ନିକାଣ୍ଡ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ଗ୍ରାମବାସୀଙ୍କ ଫସଲ ମଧ୍ୟ ନଷ୍ଟ ହେଉଛି। ବାୟୁସେନାର ଦୁଇଟି ହେଲିକପ୍ଟର ଏବଂ ଏରିଆଲ ଲିଫ୍ଟ ଫାୟାର ବ୍ରିଗେଡ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ହେଲିକପ୍ଟରଗୁଡିକ ଦ୍ୱାରା ସିଲିସେଢ଼ ହ୍ରଦରୁ ପାଣି ଆଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଏକ ଲକ୍ଷ ଲିଟର ପାଣି ସ୍ପ୍ରେ କରାଯାଇଛି।

ମାର୍ଚ୍ଚ ମାସ ଆରମ୍ଭ ହେବା ମାତ୍ରେ ଅଲୱାର ଜିଲାର ତାପମାତ୍ରା ୩୯ ଡିଗ୍ରୀକୁ ବୃଦ୍ଧି ପାଇଥିଲା। ଏହା ପରେ, ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ସରିସ୍କାର ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ଏବେ ୫୦ ଡିଗ୍ରୀ ଛୁଇଁଛି।

ସରିସ୍କା ଜଙ୍ଗଲ ସଂରକ୍ଷଣ ଅଞ୍ଚଳରେ ନିଆଁ ଯୋଗୁ ୨୫୦ରୁ ଅଧିକ ଚିତା ବାଘ, ସମ୍ବର, ଚିତଲ, ସାପ, ନେଉଳ ଏବଂ ୨୭ ଟାଇଗର, ବାଘୁଣୀ ଏବଂ ବହଘ ଶାବକଙ୍କ ଜୀବନ ଉପରେ ସଙ୍କଟ ସୃଷ୍ଟି ହୋଇଛି। ଏହା ସହିତ ଜଙ୍ଗଲରେ ବାସ କରୁଥିବା ହଜାର ହଜାର ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ପ୍ରଶାସନର ସମସ୍ତ ଉଦ୍ୟମ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହେଉ ନଥିବା ଅଭିଯୋଗ ହୋଇଛି।

ନିଆଁ ପ୍ରଭାବିତ ଅଞ୍ଚଳରେ ଥିବା ବାଘ ଏବଂ ବାଘ ଶାବକଙ୍କ ସମେତ ଅନ୍ୟ ବଣୁଆ ଜନ୍ତୁର ଗତିବିଧି ଉପରେ ନଜର ରଖାଯାଉଛି। ଶହ ଶହ ସାପ, ନେଉଳଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ସରିସ୍କା ପ୍ରଶାସନ ଦ୍ୱାରା ସେପରି କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ବନ୍ୟପ୍ରାଣୀମାନେ ଜୀବନ ବିକଳରେ ଜନବସତି ମୁହାଁ ହେବାରେ ଲାଗିଛନ୍ତି। ଏହା ସହିତ ଆଖପାଖ ଗାଁରେ ମହୁମାଛିଙ୍କ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

ନିକଟସ୍ଥ ମାଲକେଡା, ପ୍ରୀତିପୁରା ଏବଂ ବାଲେଟା ସମେତ ପ୍ରାୟ ୬ଟି ଗାଁରେ ପ୍ରଶାସନ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ପୋଲିସ ଏବଂ ପ୍ରଶାସନ ସହିତ ଗ୍ରାମବାସୀଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

ପୋଲିସ କର୍ମଚାରୀମାନେ ନିରନ୍ତର ପାଟ୍ରୋଲିଂ ଏବଂ ଘୋଷଣା ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି । କୌଣସି ଅସୁବିଧା ହେଲେ ତୁରନ୍ତ ପୋଲିସ ଏବଂ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri