Categories: ଜାତୀୟ

ସାନିଟାଇଜର ଫାର୍ମରେ ନିଅଁ।: ୧୮ ମୃତ

ପୁଣେ,୮ା୬: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ରାସାୟନିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟି ୧୮ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ଜଣାପଡ଼ିଛି। ଉକ୍ତ କାରଖାନାରେ ସାନିଟାଇଜର ତିଆରି ହେଉଥିଲା। ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ପୁଣେର ଏସ୍‌ଭିଏସ୍‌ ଆକ୍ୱା ଟେକ୍‌ନୋଲୋଜି କାରଖାନାରେ ନିଅଁ। ଲାଗିଲା ବେଳେ ୩୭ କର୍ମଚାରୀ କାର୍ଯ୍ୟରତ ଥିଲେ। ନିଅଁ।ଲିଭା କାର୍ଯ୍ୟରେ ୬ଟି ଦମକଳକୁ ନିୟୋଜିତ କରାଯାଇଛି। ସାନିଟାଇଜର ଫାର୍ମ ପରିସର ଧୂଅଁ।ଭର୍ତ୍ତି ହୋଇଥିବା ଦେଖାଯାଇଛି। ପ୍ଲାଷ୍ଟିକ୍‌ ସାମଗ୍ରୀ ପ୍ୟାକିଂ ହେଉଥିବା ସ୍ଥାନରେ ପ୍ରଥମେ ନିଅଁ। ଲାଗିଥିଲା। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ ପ୍ୟାକେଜିଂ ସେକ୍ସନରେ ସ୍ପାର୍କିଂରୁ ଅଗ୍ନିକାଣ୍ଡ ହୋଇଥିଲା। ଚାରିଆଡ଼େ ପ୍ଲାଷ୍ଟିକ୍‌ ସାମଗ୍ରୀ ରହିଥିବାରୁ ନିଅଁ। ଖୁବ୍‌ଶୀଘ୍ର ବ୍ୟାପିଯାଇଥିଲା। ୧୭ ଜଣ କର୍ମଚାରୀ ନିଖୋଜ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Share