ଆର୍‌ଏମ୍‌ସି ଗୋଦାମରେ ନିଆଁ

ଜୁନାଗଡ,୨୩।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସାପ୍ତାହିକ ବଜାରରେ ଥିବା ଆର୍‌ଏମ୍‌ସି ଗୋଦାମରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୁନାଗଡ, ଧର୍ମଗଡ, କୋକସରା, କଲମପୁର ଓ ଭବାନୀପାଟଣା ଅଗ୍ନିଶମ ବିଭାଗର ୬ଟି ଦମକଳ କେନ୍ଦ୍ର ଗାଡି ଆସି ନିଆଁକୁ ଆୟିତ୍ୱ କରିବାକୁ ଚେଷ୍ଟା କରିଥିଲେ। ନିଆଁର ପ୍ରଖର ଏତେ ଜୋରରେ ଥିଲା ଯେ ୧୪ ଘଣ୍ଟାର ସର୍ଚ୍ଚ ଅପ୍ରେଶନ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଗୋଦାମରେ ଦେଢ ଲକ୍ଷ ଅଖା ବସ୍ତା ଓ ୫୦ ହଜାର ଜରି ବସ୍ତା ନିଆଁ ଲାଗି ପୋଡିଯାଇଥିବା ଗୋଦାମ ମାଲିକ ଚକ୍ର ରାଓ ପ୍ରକାଶ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୪୦ରୁ ୪୫ ଲକ୍ଷ ଟଙ୍କା ବୋଲି ସେ କହିଛନ୍ତି।