କୋଭିଡ୍‌ ହସ୍ପିଟାଲରେ ନିଆଁ, ଜଳିଗଲେ ୫୦ ଆକ୍ରାନ୍ତ…

ବାଗଦାଦ୍‌,୧୩।୭: କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫୦ ଜଣ ଆକ୍ରାନ୍ତ ଜଳି ଯାଇଛନ୍ତି। ଇରାକ୍‌ର ଦକ୍ଷିଣରେ ଥିବା ନସିରିଆ ସହରରେ ଥିବା ଏକ ହସ୍ପିଟାଲରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ଏହି ଘଟଣାରେ ୬୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଅନ୍ୟ ଜୀବିତ ଲୋକଙ୍କ ସନ୍ଧାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ହୈଦର ଅଲ୍ଲୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ହସ୍ପିଟାଲରେ କିଭଳି ନିଆଁ ଲାଗିଲା ତାହାର ତଦନ୍ତ ଜାରି ରହିଛି। ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍‌ କାଦିମ୍‌ ଜରୁରୀ କାଳୀନ ବୈଠକ ଡକାଇଛନ୍ତି।

Share