Categories: ଜାତୀୟ

ସିବିଆଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ…

ନୂଆଦିଲ୍ଲୀ,୮।୭: ରାଜଧାନୀରେ ଦିଲ୍ଲୀରେ ଥିବା ସିବିଆଇ କାର୍ଯ୍ୟାଳୟରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୫ରେ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଥିବା ଇଲୋକ୍ଟ୍ରୋନିକ୍ସ୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପାର୍କିଂ ଅଞ୍ଚଳରୁ ଧୂଆଁ ଉଠୁଥିବା ଦେଖି କର୍ମଚାରୀମାନେ ଦମକଳ କାର୍ଯ୍ୟାଳୟକୁ ଫୋନ୍‌ କରିଥିଲେ।

Share