Categories: ଜାତୀୟ

କାର୍ଡିଓଲୋଜି ହସ୍ପିଟାଲରେ ଅଗ୍ନିକାଣ୍ଡ

କାନପୁର,୨୮।୩: ଉତ୍ତରପ୍ରଦେଶର କାନପୁରସ୍ଥିତ କାର୍ଡିଓଲୋଜି ହସ୍ପିଟାଲରେ ରବିବାର ସକାଳ ୭ଟା ୪୦ରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ହସ୍ପିଟାଲରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ଖବର ପାଇ ୯ଟି ଦମକଳ ଗାଡ଼ି ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କରିଛନ୍ତି। ନିଆଁ ଲାଗିବା ପରେ ହସ୍ପିଟାଲର ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ହୈଲେଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୁୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share