ଆନନ୍ଦପୁର ରକ୍ତଭଣ୍ଡାରରେ ନିଆଁ

ଆନନ୍ଦପୁର, ୨୧।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏକ ଫ୍ରିଜ୍‌ରେ ଶର୍ଟ ସର୍କିଟ୍‌ରୁ ନିଅଁା ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫ୍ରିଜ୍‌ ଥିବା ରୁମ୍‌ରୁ ହଠାତ୍‌ ଧୂଅଁା ବାହାରିବାରୁ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଫ୍ରିଜ୍‌ରେ ଥିବା ୪ ୟୁନିଟ୍‌ ରକ୍ତ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଅନ୍ୟ କୌଣସି ସାମଗ୍ରୀ କିମ୍ବା ଆସବାବପତ୍ର କ୍ଷତି ହୋଇ ନ ଥିବା ରକ୍ତଭଣ୍ଡାରର ଅଧିକାରୀ ଡା. ବେଞ୍ଜାମିନ ସିର୍କା ସୂଚନା ଦେଇଛନ୍ତି।