ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ନନ୍‌ ଗଭର୍ନମେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଜିଓ) ପକ୍ଷରୁ ଚେମ୍ବୁର ପୋଲିସ ଷ୍ଟେଶନରେ ଅଭିଯୋଗ ଦାଏର କରାଯାଇଥିବାବେଳେ ଜଣେ ମହିଳା ଆଇନଜୀବୀ ଇଷ୍ଟ ମୁମ୍ବାଇ ସବର୍ବ ପୋଲିସ ନିକଟରେ ଏଫ୍‌ଆଇଆର୍‌ କରିଛନ୍ତି। ଇନ୍‌ଫରମେଶନ୍‌ ଟେକ୍ନୋଲୋଜି ଆଇନ୍‌ ଅନ୍ତର୍ଗତ ମାମଲା ରୁଜୁ ହୋଇଥିବା ଖବର ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପୂର୍ବରୁ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ଖୁବ୍‌ଶୀଘ୍ର ଘଟଣାର ଯାଞ୍ଚ କରାଯିବ ବୋଲି ପୋଲିସ କହିଛି।

Share