Categories: ଜାତୀୟ

ରିପବ୍ଲିକ୍‌ ଟିଭିର ୧,୦୦୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୪ା୧୦: ରିପବ୍ଲିକ୍‌ ଟିଭିରେ କାର୍ଯ୍ୟରତ ୧,୦୦୦ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ କରିଛି। ଏନେଇ ଉକ୍ତ ନ୍ୟୁଜ୍‌ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନେଟ୍‌ଓ୍ବର୍କର ସମସ୍ତ ସମ୍ପାଦନା ମଣ୍ଡଳୀ ବିରୋଧରେ ଏଫ୍‌ଆଇଆର୍‌ କରାଯିବା ଦୁର୍ଭାଗ୍ୟଜନକ। ମୁମ୍ବାଇ ପୋଲିସକୁ ବଦନାମ କରି ପୋଲିସ ବଳର ଛବି ଖରାପ କରିବା ଅଭିଯୋଗରେ ଆଇପିସି ଦଫା ୫୦୦ ଏବଂ ୩୪ ଅନୁସାରେ ମାମଲା ଦାଏର କରାଯାଇଛି, ଯାହାକି ଜାମିନ ବିହୀନ ଅପରାଧ ଅନ୍ତର୍ଗତ। ଦେଶର ଇତିହାସରେ ଏହା ଏହି ଧରଣର ପ୍ରଥମ ଘଟଣା ବୋଲି ଅର୍ଣ୍ଣବ ନିନ୍ଦା କରିବା ସହ ପୋଲିସ କମିଶନର ପରମବୀର ସିଂଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।

Share