Posted inଜାତୀୟ

ଫ୍ରାନ୍ସ ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ମୁନବ୍ୱର

ଲକ୍ଷ୍ନୌ,୨ ।୧୧: ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଥିବା ଜଣାଶୁଣା ଶାୟର ମୁନବ୍ୱର ରାଣାଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ କୋତୱାଲିରେ ଏଫ୍‌ଆଇଆର୍ ଦିଆଯାଇଛି । ତାଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ଦାୟର କରାଯାଇଛି । ସୂଚନାଯୋଗ୍ୟ, ଆତଙ୍କବାଦୀ ଆକ୍ରମଣକୁ ଠିକ୍ ବୋଲି କହି ଏବେ ଫସି ଯାଇଛନ୍ତି ଏହି ଶାୟର । ସେ କହିଥିଲେ ପେଗାମ୍ବର ମହମ୍ମଦ ସାହେବଙ୍କ କାର୍ଟୁନ କରି ସେହି ଯୁବକଙ୍କୁ ଏପରି ବାଧ୍ୟ କରାଯାଇଥିଲା କି ସେ କାହାକୁ ହତ୍ୟା କରିବସିଲେ । ଯଦି ସେହି ଛାତ୍ରଙ୍କ ସ୍ଥାନରେ ମୁଁ ଥାଆନ୍ତି ମୁଁ ବି କାହାର ହତ୍ୟା କରିଥାଆନ୍ତି ବୋଲି ମୁନବ୍ୱର କହିଥିଲେ । ତେବେ କଥା କେବଳ ପେଗାମ୍ବର ମହମ୍ମଦ ସାହେବଙ୍କର ନୁହେଁ ଭଗବାନ ରାମଙ୍କର କେହି ଯଦି ବିବାଦୀୟ କାର୍ଟୁନ କରିଥାଆନ୍ତା ତେବେବି ଏଭଳି କରାଯାଇଥାଆନ୍ତା । ମୁନବ୍ୱରଙ୍କର କହିବା କଥା ହେଲା ମଜହବ ମା’ ଭଳି । ଏହାସହ ଲୋକଙ୍କ ଆସ୍ଥା ଯୋଡି ହୋଇ ରହିଛି । ଏହାସହ ଖେଳିବା ଉଚିତ ନୁହେଁ । କାହାକୁ ଏତେ ମାତ୍ରାରେ ଉସକାଇବା କଥା ନୁହେଁ ଯେ ଜଣେ ଅନ୍ୟ ଜଣଙ୍କର ହତ୍ୟା କରିଦେଇପାରେ । ମୁସଲମାନଙ୍କୁ ଚିଡାଇବା ପାଇଁ ଫ୍ରାନ୍ସରେ ଏଭଳି କାର୍ଟୁନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri