ଓଡ଼ିଶା ବଜାରରେ ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ

ଭୁବନେଶ୍ୱର,୬।୧୧ (ଅଭୟ ଦାଶ): ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ବୁଙ୍ଗେ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ଖାଇବା ତେଲ ‘ଫିଓନା’ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲକୁ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶାରେ କମ୍ପାନୀ ଦ୍ୱାରା ବିକଶିତ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ (ତେଲ) ବ୍ରାଣ୍ଡ୍‌ ‘ଫିଓନା’କୁ ସମ୍ପ୍ରସାରିତ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରୁଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୁଙ୍ଗେ ଇଣ୍ଡିଆର ଏଭିପି ମାର୍କେଟିଂ ମିଲିନ୍ଦ ଆଚାର୍ଯ୍ୟ ଏବଂ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ନୂତନ ଉତ୍ପାଦକୁ ରାଜ୍ୟସ୍ତରୀୟ ଉନ୍ମୋଚନ କରିଥିଲେ।
ଅପରପକ୍ଷରେ ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲରେ ଅତ୍ୟାବଶ୍ୟକ ଭିଟାମିନ ସମୂହ ଭିଟାମିନ୍‌ ଏ, ଡି, ଇ ଓ କେ ଆଦି ବ୍ୟାପକ ପରିମାଣରେ ରହିଛି, ଏପରିକି ଉପରୋକ୍ତ ଭିଟାମିନଗୁଡ଼ିକ ଖାଉଟିଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏ ସମ୍ପର୍କରେ ବୁଙ୍ଗେ ଇଣ୍ଡିଆର ଏଭିପି ମାର୍କେଟିଂ ମିଲିନ୍ଦ ଆଚାର୍ଯ୍ୟ କହିଥିଲେ, ଆମେ ଶୀର୍ଷ ମାନର ଉପତ୍ାଦ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ, ଯାହା ଉତ୍କର୍ଷ ଏବଂ ନିରାପତ୍ତାକୁ ଅଗ୍ରାଧିକାର ପ୍ରଦାନ କରୁଛି ଏବଂ ଫିଓନା ରିଫାଇନଡ ସନ୍‌ଫ୍ଲାୱାର ଅଏଲର ବଜାର ପ୍ରବେଶ ମଧ୍ୟ ସେହି ବିଶ୍ୱାସକୁ ପ୍ରତିପାଦିତ କରୁଛି। ଉଲ୍ଲେଖଯୋଗ୍ୟ, ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ (ତେଲ) ୫୦୦ ଏମ୍‌ଏଲ୍‌, ୧ଲିଟର, ୫ ଲିଟର ଏବଂ ୧୫ ଲିଟର ଭଳି ବିଭିନ୍ନ ପ୍ୟାକ ଆକାରରେ ଏହା ଆସୁଛି ଏବଂ ବୁଙ୍ଗେ ଇଣ୍ଡିଆ ସମଗ୍ର ଓଡ଼ିଶାରେ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି। ସୂଚନାଯୋଗ୍ୟ, ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ରଶ୍ମିକା ମାନ୍ଦାନା ଉକ୍ତ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର(ଚେହେରା) ଭାବେ ୨୦୨୧ରୁ କାର୍ଯ୍ୟ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri