Categories: ଜାତୀୟ

ଶେଷରେ କୋଭାକ୍ସିନକୁ ମିଳିଲା ‘ହୁ’ର ମାନ୍ୟତା

ନୂଆଦିଲ୍ଲୀ,୩।୧୧: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ’କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମଞ୍ଜୁରୀ ମିଳିଛି। ଜରୁରିକାଳୀନ ବ୍ୟବହାର ପାଇଁ ବୈଷୟିକ କମିଟି ଅନୁମତି ଦେଇଥିବା ନେଇ ବୁଧବାର ହୁ’ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ପୂର୍ବରୁ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ପକ୍ଷରୁ କଟକଣା ଲଗାଯାଇଥିଲା। ଏବେ ଏହି ସ୍ବୀକୃତି ମିଳିବା ପରେ ଏହା ସମ୍ଭବତଃ ଶେଷ ହୋଇଛି ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଜାନୁୟାରୀ ୩ରୁ ଭାରତରେ କୋଭାକ୍ସିନର ବ୍ୟବହାର ହେଉଛି। ଭାରତ ବାୟୋଟେକ୍‌ ଏହି ଟିକାର ଜରୁରିକାଳୀନ ବ୍ୟବହାର ଲାଗି ‘ହୁ’ ନିକଟରେ ଆବେଦନ କରିଥିଲା। ପୂର୍ବରୁ ଫାଇଜର ଏବଂ କୋଭିସିଲ୍ଡକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଏବେ କୋଭାକ୍ସିନକୁ ସେହି ଅନୁମତି ମିଳିଛି।

Share