ଆଜି ନାଟୋରେ ସାମିଲ ହେବ ଫିନ୍‌ଲାଣ୍ଡ

ବ୍ରସେଲ୍ସ, ୪।୪: ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ୩୧ତମ ସଦସ୍ୟ ଭାବେ ଫିନ୍‌ଲାଣ୍ଡ ମଙ୍ଗଳବାର ସାମିଲ ହେବାକୁ ଯାଉଛି। ଏନେଇ ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ସୂଚନା ଦେଇଛନ୍ତି। ଶେଷ ରାଷ୍ଟ୍ର ଭାବେ ତୁର୍କୀ ଫିନ୍‌ଲାଣ୍ଡର ସଦସ୍ୟତାକୁ ମଞ୍ଜୁରୀ ଦେଇଛି। ମଙ୍ଗଳବାର ବ୍ରସେଲ୍ସରେ ନାଟୋ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଆମେରିକା ପରରାଷ୍ଟ୍ର ସଚିବ ଅଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଏହି ଅନୁଷ୍ଠାନିକ ରିପୋର୍ଟ ପ୍ରଦାନ କରାଯିବ।

Share