ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା

ଓ୍ବାଶିଂଟନ୍‌,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଏକ ପବିତ୍ର ଗନ୍ଥ ଜାଳିବା, ଯେଉଁଥିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି ତାହା ଅତ୍ୟନ୍ତ ଅପମାନଜନକ କାର୍ଯ୍ୟ। ଆଇନଗତ ଭାବରେ କିଛି ଠିକ ହୋଇପାରେ କିନ୍ତୁ ସ୍ବିଡେନ ନାଟୋରେ ଯୋଗଦେବାକୁ ଏବେ ବି ପ୍ରସ୍ତୁତ। ଆମେରିକାର ଏହି ବିବୃତ୍ତି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନଙ୍କ ବିବୃତ୍ତି ପରେ ଆସିଛି। ରିସେପ କହିଥିଲେ ଯେ, ତୁର୍କୀ ଦୂତାବାସ ନିକଟରେ ବିରୋଧ ପ୍ରଦର୍ଶନ ପରେ ତୁର୍କୀ ସମର୍ଥନରେ ସ୍ବିଡେନ ନାଟୋରେ ସାମିଲ ଆଶା କରିବା ବୃଥା।

ସ୍ବିଡେନରେ ଥିବା ତୁର୍କୀ ଦୂତାବାସ ବାହାରେ ହୋଇଥିବା ବିରୋଧ ସମୟରେ ସ୍ବିଡେନର ଦକ୍ଷିଣପନ୍ଥୀ ନେତା ରସମୁସ ପାଲୁଦାନ ପବିତ୍ର କୋରାନର ଏକ କପି ପୋଡି ଦେଇଛନ୍ତି। ତୁର୍କୀ ଏବଂ ଅନ୍ୟାନ୍ୟ ମୁସଲମାନ ଦେଶ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହା ପରେ ତୁର୍କୀ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବାତିଲ କରିଦେଇଛି। ଏହି ଗସ୍ତରେ ନାଟୋରେ ଯୋଗଦେବା ପାଇଁ ତୁର୍କୀ ଏବଂ ସ୍ବିଡେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଥିଲା। ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ନାଟୋରେ ସ୍ବିଡେନର ଯୋଗଦାନ ବିପଦରେ ପଡ଼ିଥିଲା। ତେବେ ତୁର୍କୀର ବିରୋଧକୁ ଅତିକ୍ରମ କରି ସ୍ବିଡେନ ଏବଂ ଫିନଲାଣ୍ଡକୁ ଶୀଘ୍ର ନାଟୋରେ ସାମିଲ କରାଯାଇପାରିବ ବୋଲି ଆମେରିକା କହିଛି।
ସୂଚନାଯୋଗ୍ୟ, ସ୍ବିଡେନ ଏବଂ ଫିନଲାଣ୍ଡ ଦୀର୍ଘ ଦିନ ଧରି ନାଟୋର ସଦସ୍ୟ ହେବାକୁ ଚେଷ୍ଟା କରିଆସୁଛନ୍ତି। ତେବେ ତୁର୍କୀର ଆପତ୍ତି ଯୋଗୁ ସ୍ବିଡେନର ଏହି ସ୍ବପ୍ନ ପୂରଣ ହେଉନାହିଁ। ନାଟୋର ସଦସ୍ୟ ହେବାକୁ ଏହାର ସମସ୍ତ ସଦସ୍ୟ ଦେଶର ଅନୁମୋଦନ ଆବଶ୍ୟକ। ଏହି କାରଣରୁ ତୁର୍କୀର ବିନା ସମର୍ଥନରେ ସ୍ବିଡେନ ନାଟୋର ସଦସ୍ୟ ହୋଇପାରିବ ନାହିଁ। ଏକ ଅଲଗା ଦେଶର ଚାହିଦା ପାଇଁ ତୁର୍କୀ ବିରୋଧରେ କୁର୍ଦ୍ଦିସ୍ତାନ ୱାର୍କିଂ ପାର୍ଟି ସଂଗ୍ରାମ କରୁଛି। ତୁର୍କୀ ଅଭିଯୋଗ କରିଛି, ସ୍ବିଡେନ ସରକାର କୁର୍ଦ୍ଦିସ୍ତାନ ୱାର୍କିଂ ପାର୍ଟିକୁ ସମର୍ଥନ କରୁଛନ୍ତି। ଏଥି ସହ ତୁର୍କୀ ଦାବି କରୁଛି ଯେ ସ୍ବିଡେନ ସରକାର ରାଷ୍ଟ୍ରପତି ରିସେପ ତାଇପ ଏରଡାନଙ୍କ ସମାଲୋଚକମାନଙ୍କୁ ଦେଶରୁ ବିତାଡିତ କରନ୍ତୁ। ତେବେ, ସାର୍ବଭୌମତ୍ୱ ତଥା ବାକ ସ୍ବାଧୀନତାର ଅଧିକାର ହେତୁ ସ୍ବିଡେନ ତୁର୍କୀର ଏହି ଦାବିକୁ ଗ୍ରହଣ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri