ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଛାଡ଼ପତ୍ର: ୧୯ ବର୍ଷର ଦାମ୍ପତ୍ୟ ଜୀବନର ଅନ୍ତ …

ହେଲସେଙ୍କି,୧୧।୫ : ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କ ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉଭୟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, “ଆମେ ୧୯ ବର୍ଷ ଏକାଠି ଥିଲୁ ଏବଂ ଆମର ସୁନ୍ଦର ଝିଅ ପାଇଁ ଆମେ କୃତଜ୍ଞ। ଆମେ ଭଲ ବନ୍ଧୁ ଭାବେ ରହିବୁ।

ମାରିନ ଏବଂ ରାଇକୋନେନ ଦୁହେଁ ଏକ ଭେଞ୍ଚର କ୍ୟାପିଟାଲ ଫାର୍ମରେ କାମ କରୁଥିଲେ। କୋଭିଡ ମହାମାରୀ ସମୟରେ ଉଭୟ ୨୦୨୦ ମସିହାରେ ବିବାହ କରିଥିଲେ। ମାରିନ ଏବଂ ରାଇକୋନେନଙ୍କର ପାଞ୍ଚ ବର୍ଷର ଜଣେ ଝିଅ ମଧ୍ୟ ଅଛନ୍ତି।

ମାରିନଙ୍କୁ ୨୦୧୯ରେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା ଯେତେବେଳେ ତାଙ୍କୁ ମାତ୍ର ୩୭ବର୍ଷ ହୋଇଥିଲା ଏବଂ ଦୁନିଆର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ। ମାରିନ ଏବଂ ତାଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି ଗତ ମାସରେ ବିଧାନସଭା ନିର୍ବାଚନରେ ଦକ୍ଷିଣପନ୍ଥୀ ନ୍ୟାଶନାଲ ଆଲାଏନ୍ସ ପାର୍ଟି ଏବଂ ନ୍ୟାଶନାଲ ଫିନ୍ସ ଦଳକୁ ହରାଇଥିଲେ।

 

Share