ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା

ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍‌ ଆରୋହୀଙ୍କ ଜୀବନ ଯାଉଛି। କିନ୍ତୁ ଗାଈ ରଖିଥିବା ମାଲିକମାନେ ଏଥିପ୍ରତି ସଚେତନ ହେଉନାହାନ୍ତି। ତେଣୁ ପୌରପାଳିକା ପକ୍ଷରୁ ସମସ୍ୟାର ସମାଧାନ ନେଇ ଉପାୟ ବାହାର କରାଯାଇଛି। ଏଣିକି ରାସ୍ତାରେ ବୁଲୁଥିବା ଗୋରୁଙ୍କ କାନରେ ବାରକୋଡ୍‌ ଥିବା ବ୍ୟାଜ ଲଗାଯିବ। ଏଥିରୁ ଗୋରୁ ମାଲିକଙ୍କ ପରିଚୟ ଜଣାପଡ଼ିବ। ତଦାରଖ କରିବାକୁ ଏକ ଟିମ୍‌ ରହିବ ଓ ଏମାନେ ବାରକୋଡ୍‌ ସ୍କାନ୍‌ କରି ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରିବେ।
ପୌର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ସହର ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ନାନା ସମସ୍ୟା ଉପୁଜୁଛି। ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ମାଲିକମାନେ ସାବାଡ୍‌ ହେବେ। ଗୋରୁଙ୍କ ପାଇଁ ଦୁର୍ଘଟଣା ଘଟିଲେ ମାଲିକମାନେ ଦାୟୀ ରହିବେ। ସିଧାସଳଖ ଜରିମାନା ଭରିବେ। ତେବେ ବୁଲା ଗୋରଙ୍କୁ ପ୍ରଥମେ ଚିହ୍ନଟ କରାଯିବ। ଏହାପରେ ତାଙ୍କ କାନରେ ବାରକୋଡ୍‌ ବ୍ୟାଜ ଲଗାଯିବ। ଏହି ବାରକୋର୍ଡରେ ଗୋରୁ ମାଲିକଙ୍କ ନାମ ସହ ଠିକଣା ରହିବ। ଏହାକୁ ସ୍କାନ୍‌ କରିବା ମାତ୍ରେ ମାଲିକ ନାମ ଓ ଠିକଣା ମେସିନ୍‌ରେ ଉପଲବ୍ଧ ହେବ। ଏହାପରେ ମାଲିକଙ୍କ ନିକଟକୁ ଜରିମାନା ନୋଟିସ ପୌର କର୍ତ୍ତୃପକ୍ଷ ପଠାଇବେ ବୋଲି ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା କମାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ଏହା ହେବା ଦ୍ୱାରା ମାଲିକମାନେ ସେମାନଙ୍କ ଗାଈକୁ ଘରେ ରଖିବେ। ଆଉ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ଉପୁଜିବ ନାହିଁ। ଏହି ବ୍ୟବସ୍ଥା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri