ନୂଆଦିଲ୍ଲୀ,୮ା୭: ବର୍ଷକ ପୂର୍ବେ ଦେଶର ପ୍ରଧାନ ବିଚାରପତି ଥିବାବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ନିଜ ମନ୍ତବ୍ୟ ଏବଂ ରାୟ ପାଇଁ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥିଲେ। ତାଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରାଇବାକୁ ସୁପ୍ରିମକୋର୍ଟ ରବିବାର କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ସେ ପୁଣିଥରେ ଖବର ଶିରୋନାମା ମଣ୍ଡନ କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ତେବେ ସେ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ ଅଛନ୍ତି ଏବଂ ସରକାରୀ ଘରକୁ ଧରିରଖିବାର ଉଦ୍ଦେଶ୍ୟ ନାହିଁ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ୨ ଭିନ୍ନକ୍ଷମ ଝିଅଙ୍କ ପାଇଁ ଉପଯୁକ୍ତ ଘର ପାଇବାରେ ସେ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହୋଇଛନ୍ତି। ୨ ଝିଅ ପ୍ରିୟଙ୍କା ଏବଂ ମାହି ବିରଳ ଗୁଣସୂତ୍ର ଅସଙ୍ଗତିଜନିତ ମ୍ୟୋପାଥିରେ ପୀଡ଼ିତ, ଯେଉଁଥିରେ କଙ୍କାଳ ମାଂସପେଶୀ ପ୍ରଭାବିତ। ଏହାର କୌଣସି ଚିକିତ୍ସା ନାହିଁ। ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ସହ ଚଳିବାରେ ସୁବିଧା ପାଇଁ ଉପଯୁକ୍ତ ଘରର ଆବଶ୍ୟକତା ରହିଛି।


