Posted inଫୁରସତ

ଅକ୍ସଫୋର୍ଡରୁ ଡିଗ୍ରୀ ଥାଇ ଡେଲିଭରି ବୟ

ବେଜିଂ: ଚାଇନାର ଫୁଡ୍‌ ଡେଲିଭରି ବୟ ଡିଙ୍ଗ୍‌ ୟୁଆନଝାଓ (୩୯) ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅସାଧାରଣ ଶିକ୍ଷା ଲାଭ କରିଥିବା ସତ୍ତ୍ୱେ ସେ ଏକ ସାଧାରଣ ଫୁଡ୍‌ ଡେଲିଭରି ବୟ ଭାବେ ଜୀବିକା ନିର୍ବାହ କରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ସବୁଠାରୁ ଶିକ୍ଷିତ ଡେଲିଭରି ବୟ କୁହାଯାଉଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ଥାଇ ମଧ୍ୟ ତାଙ୍କୁ ଭଲ ନିଯୁକ୍ତି ମିଳି ନ ଥିଲା।
ଫୁଜିଆନ୍‌ ପ୍ରଦେଶ ନିବାସୀ ଡିଙ୍ଗ୍‌ ଦେଶର ପ୍ରତିଷ୍ଠିତ ସିଂଘୁଆ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଓ ପେକିଂ ବିଶ୍ୱବିଦ୍ୟାଳୟରୁ ଏନର୍ଜି ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ସିଙ୍ଗାପୁରର ନାନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ଜୀବ ବିଜ୍ଞାନରେ ପିଏଚ୍‌.ଡି. ଡିଗ୍ରୀ ଏବଂ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଜୈବ ବିବିଧତାରେ ଆଉ ଏକ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ଏପରି ଉଜ୍ଜ୍ୱଳ ଶିକ୍ଷାଗତ ପୃଷ୍ଠଭୂମି ସତ୍ତ୍ୱେ ମଧ୍ୟ ଡିଙ୍ଗ୍‌ଙ୍କୁ ଇଚ୍ଛା ଏବଂ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ମିଳି ନ ଥିଲା। ସେ ଅନେକ କମ୍ପାନୀକୁ ନିଜ ବାୟୋଡାଟା ପଠାଇଥିଲେ ଏବଂ ୧୦ରୁ ଅଧିକ ସାକ୍ଷାତ୍‌କାର ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ତାଙ୍କୁ ସଫଳତା ମିଳି ନ ଥିଲା। ଏହି ସମୟରେ ସେ କିଛି ମାସ ପାଇଁ ସିଙ୍ଗାପୁର ନ୍ୟାଶନାଲ୍‌ ୟୁନଭର୍ସିଟରେ ପୋଷ୍ଟ ଡକ୍ଟରାଲ୍‌ ରିସର୍ଚ୍ଚର ଭାବେ କାର୍ଯ୍ୟ କରିଥିଲେ। ଶେଷରେ ଡିଙ୍ଗ୍‌ ନିଜ ପରିବାର ପ୍ରତିପୋଷଣ ପାଇଁ ଫୁଡ୍‌ ଡେଲିଭରି ବୟ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ।
କହିଛନ୍ତି, ଏବେ ସେ ସ୍ଥିର ଚାକିରି କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି। ନିଯୁକ୍ତି ପ୍ରୋଫାଇଲ୍‌ କୌଣସି ବ୍ୟକ୍ତିଙ୍କ ଦକ୍ଷତାର ମାପକାଠି ହୋଇ ନ ଥାଏ। ଦୀର୍ଘଦିନ ଧରି ସଫଳତା ନ ମିଳିଲେ ମଧ୍ୟ ସକାରାତ୍ମକ ରହିବାକୁ ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଡିଙ୍ଗ୍‌ଙ୍କ ସାହସ ଏବଂ ବ୍ୟବହାରିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ଶିକ୍ଷା ଯେତେ ଉଚ୍ଚ ହୋଇଥିଲେ ମଧ୍ୟ ଜୀବନରେ ସର୍ବଦା ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିଥାଏ, ତାହା ଡିଙ୍ଗ୍‌ଙ୍କ କାହାଣୀ ଦର୍ଶାଉଛି ବୋଲି କେତେଜଣ ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri