ଭଗ୍ନାବଶେଷ ତଳେ ଆତ୍ମୀୟଙ୍କ ସନ୍ଧାନ

ନ୍ୟୁୟର୍କ,୧୩।୧୨: ଆମେରିକାର କେଣ୍ଟକିରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୬ ରାଜ୍ୟରେ ତାଣ୍ଡବ ରଚିଛି। ଏଥିରେ ୯୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଝଡ଼ବର୍ଷାରେ ଘରଦ୍ୱାର ଭାଙ୍ଗିଯାଇଛି, ବଡ଼ବଡ଼ ଗଛ ଟଳିପଡ଼ିଛି। କେଉଁଠି ରେଳପଥରୁ ଟ୍ରେନ୍‌ ବିଚ୍ୟୁତ ହୋଇ ଓଲଟିପଡ଼ିଛି ତ ପୁଣି କେଉଁଠି ବିଶାଳ ଟାଓ୍ବାର ଧରାଶାୟୀ ହୋଇଛି। ଯେଉଁଆଡ଼େ ଅନେଇଲେ ଆଖି ଆଗରେ କେବଳ ଧ୍ୱଂସର ଚିତ୍ର। ବାତ୍ୟା ପ୍ରଭାବିତ ଲୋକେ ବ୍ୟାକୁଳ ହୋଇ ଭଗ୍ନାବଶେଷ ତଳେ ନିଜ ଆମତ୍ୀୟସ୍ବଜନଙ୍କୁ ଖୋଜିବାରେ ଲାଗିଛନ୍ତି। ଆମେରିକା ଇତିହାସର ୧୦୦ ବର୍ଷ ମଧ୍ୟରେ ଏହାକୁ ସବୁଠୁ ବଡ଼ ଘାତକ ବାତ୍ୟା କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସର୍ବାଧିକ ପ୍ରଭାବିତ ରାଜ୍ୟ କେଣ୍ଟକିରେ ବିପର୍ଯ୍ୟୟ ଘୋଷଣା କରିଛନ୍ତି।
କେଣ୍ଟକିରେ ଶୁକ୍ରବାର ଆସିଥିବା ଝଡ଼ କେବଳ ଏହି ରାଜ୍ୟରେ ୮୦ ଜଣଙ୍କ ଜୀବନ ନେଇସାରିଲାଣି। ଲ୍ୟୁଟ୍‌ନାଣ୍ଟ ଗଭର୍ନର କାକେଲିନ୍‌ କୋଲ୍‌ମ୍ୟାନ୍‌ କହିଛନ୍ତି, ପ୍ରତି ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଭାଙ୍ଗିରୁଜି ଯାଇଥିବା କୋଠାଗୁଡ଼ିକ ତଳେ ଚାପି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀ ପ୍ରଶମନ ଟିମ୍‌ ପ୍ରାଣପଣେ ଉଦ୍ୟମ ଜାରି ରଖିଛି। ଧ୍ୱସ୍ତବିଧ୍ୱସ୍ତ ମେଫିଲ୍ଡ ସହରରେ ଝଡ଼ର ପ୍ରଭାବ ସବୁଠୁ ଅଧିକ ରହିଥିଲା। ଏପରି ବିପର୍ଯ୍ୟୟ ସୃଷ୍ଟିକାରୀ ବାତ୍ୟା ଜୀବନରେ କେବେ ଦେଖି ନ ଥିବା ସ୍ଥାନୀୟ କଂଗ୍ରେସମ୍ୟାନ୍‌ ଜେମ୍ସ କୋମର କହିଛନ୍ତି। ମେଫିଲ୍ଡସ୍ଥିତ ଏକ କ୍ୟାଣ୍ଡେଲ ଫ୍ୟାକ୍ଟ୍ରିରୁ ଶୁକ୍ରବାର ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ୬୦ ଜଣ ନିଖୋଜ ଥିବା ସମ୍ପୃକ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ଗଭର୍ନର ଆଣ୍ଡି ବେଶିୟର ସୂଚନା ଦେଇଛନ୍ତି। ଗଭର୍ନରଙ୍କ ମତରେ ଶନିବାରଠାରୁ କେହି ଜଣେ ହେଲେ ଶ୍ରମିକ ଉକ୍ତ ଫ୍ୟାକ୍ଟ୍ରିରୁ ଜୀବନ୍ତ ଉଦ୍ଧାର ହୋଇନାହାନ୍ତି। ଯଦି ବା କେହି ଜୀବନ୍ତ ମିଳିଯିବେ ତାକୁ ଚମତ୍କାର ହିଁ କୁହାଯିବ।
ଏହି ଝଡ଼ରେ ଇଲିନୋଇସ୍‌ସ୍ଥିତ ଏଡ୍‌ଓ୍ବାଡର୍‌ସଭିଲେରେ ଥିବା ଆମାଜନର ଏକ ଗୋଦାମଘର ଭୁଶୁଡ଼ିପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେଠାରେ ଆହୁରି କେତେଜଣ ଫସିରହିଥିବା ପୋଲିସ କହିଛି। ରାଷ୍ଟ୍ରପତି ବାଇଡେନ୍‌ ଏକ ଫେଡେରାଲ ଏମର୍ଜେନ୍ସି ଡିଜାଷ୍ଟର ଡିକ୍ଲାରେଶନ ଘୋଷଣା କରିଛନ୍ତି। ଏଥିସହ କେଣ୍ଟକି ପାଇଁ ସ୍ବତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଲୋକ ବିଜୁଳି ଓ ପାଣିରୁ ବଞ୍ଚତ୍ତ ହୋଇଛନ୍ତି। ସମସ୍ତେ କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସେମାନଙ୍କ ଆମତ୍ୀୟ ଲୋକ ଜୀବିତ ଥାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri