Categories: ଖେଳ

ତାଲିବାନଙ୍କ ପ୍ରଶଂସାରେ ଶତମୁଖ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୩୧।୮: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଯିଏକି ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏଥର ତାଲିବାନକୁ ପ୍ରଶଂସା ସେ ପୁଣି ଲୋକଳୋଚନକୁ ଆସିଛନ୍ତି। ତାଲିବାନ ବିଷୟରେ ସେ ଦେଇଥିବା ବିବୃତ୍ତି ସମଗ୍ର ବିଶ୍ୱରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ସେ କହିଛନ୍ତି ଯେ, ତାଲିବାନ ଏକ ଭଲ ଧାରଣା ନେଇ ଆସିଛି। କିଛି ଦିନ ପୂର୍ବରୁ ତାଲିବାନ ଆଫଗାନିସ୍ତାନ ଦଖଲ କରିଥିଲା। ଏହି କାରଣରୁ ସେଠାକାର ଲୋକମାନେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ଆଫ୍ରିଦି କହିଛନ୍ତି ଯେ ତାଲିବାନ ଏକ ସକରାତ୍ମକ ମାନସିକତା ନେଇ ଆସିଛି। ତାଲିବାନ ମହିଳାମାନଙ୍କୁ ଚାକିରୀ ଦେଉଛି। କ୍ରିକେଟକୁ ସମର୍ଥନ କରିବା ଏବଂ ପାକିସ୍ତାନ ବିପକ୍ଷରେ କ୍ରିକେଟ ସିରିଜକୁ ମଧ୍ୟ ସମର୍ଥନ କରୁଛି। ମୁଁ ବିଶ୍ୱାସ କରେ ତାଲିବାନମାନେ କ୍ରିକେଟକୁ ଭଲ ପାଆନ୍ତି। ଆଫ୍ରିଦିଙ୍କ ବିବୃତ୍ତିର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି। କିଛି ପ୍ରଶଂସକ ତାଙ୍କୁ ଟାର୍ଗେଟ କରି କହିଥିଲେ ଯେ ଆଫ୍ରିଦି ଜଣେ ମହିଳା ଅଧିକାର କର୍ମୀ ଏବଂ ମହିଳା ସଶକ୍ତିକରଣର ଓକିଲ। ଆଉ ଜଣେ କହିଥିଲେ ଯେ, ସେ ମିଛ କହି କହି ଥକି ଯାଇଛନ୍ତି।

Share