Categories: ଫୁରସତ

କୁକୁରକୁ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା !

କୋଲକାତା,୬।୭: କୋଲକାତାରେ ଲଷ୍ଟ ଆଣ୍ଡ ଫାଉଣ୍ଡର ଏକ ଅଦ୍ଭୁତ ପୋଷ୍ଟର ଦେଖିବାକୁ ମିଳିଛି। ନନ୍ଦିନି କୌଶିକ ଏକ କୁକରକୁ ଖୋଜି ଆଣିଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ କୋଲକତା ବିମାନ ବନ୍ଦର ଅଞ୍ଚଳରେ ପୋଷ୍ଟର ଲଗାଯାଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଫିଫି ନାମକ ଏହି କୁକରଟି ଏକ ଭାରତୀୟ ଦେଶୀ ବ୍ରିଡ ହୋଇଥିବା ବେଳେ ନନ୍ଦିନି ଏହାକୁ ଦିଲ୍ଲୀରୁ ଉଦ୍ଧାର କରିଥିଲେ ହେଲେ ସେ ବିମାନ ବନ୍ଦରରୁ କେଉଁଆଡେ ଚାଲି ଯାଇଛି। କୋଲକାତାରେ ରହୁଥିବା ଏକ ପରିବାର କୁକୁରଟିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହାପରେ ତାକୁ କାର୍ଗୋ ବିମାନରେ ଦିଲ୍ଲୀରୁ କୋଲକାତା ପଠାଯାଇଥିଲା। ଜୁନ୍‌ ୨୪ ସନ୍ଧ୍ୟାରେ କୁକୁରଟି କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ତା’ର ନୂଆ ମାଲିକ ତାକୁ ନେବାକୁ ସେଠାରେ ପହଞ୍ଚିଥିଲେ। ମାଲିକ ଜଣକ ପିଞ୍ଜରା ଖୋଲିବା ପରେ କୁକୁରଟି ସେଠାରୁ କେଉଁଆଡେ ଦୌଡି ଚାଲି ଯାଇଥିଲା। ବିମାନବନ୍ଦର ନିକଟରେ କୁକୁରକୁ ଦେଖିଥିଲେ ମଧ୍ୟ କେହି ତାକୁ ଧରି ନ ପାରିବାକୁ ଏବେ ତା’ର ମାଲିକ ଏପରି ପୋଷ୍ଟର ଲଗାଇବା ସହ ପୁରସ୍କାର ରାଶି ଘୋଷଣା କରିଥିବା କୁହାଯାଏ।

Share