Posted inଫୁରସତ

ଜାଣନ୍ତୁ କାହିଁକି ମହିଳାଙ୍କ ପସନ୍ଦ ଡେଙ୍ଗା ପୁରୁଷ

  1. ମହିଳା ନିଜ ଜୀବନ ସାଥୀ ଭିତରେ ଖୋଜିଥାନ୍ତି କିଛି ଖାସ୍‌ ବିଶେଷତ୍ୱ, ଯେମିତିକି ସେ ସ୍ବଭାବରେ ଭଲ ହୋଇଥିବେ। କେୟାରିଂ ନେଚରର ହେବାସହ ତାଙ୍କୁ ଖୁବ୍‌ ଭଲ ପାଉଥିବେ। ଏହାବାଦ୍‌ ବି ଜଣେ ନାରୀ ପୁରୁଷ ଭିତରେ ଆଉ ଏକ ବିଶେଷତ୍ୱକୁ ବି ଗୁରୁତ୍ୱ ଦିଏ। ସେ ହେଉଛି ମନର ମଣିଷ ଡେଙ୍ଗା ହୋଇଥିବେ। ହଁ ପ୍ରାୟ ମହିଳାଙ୍କର ପସନ୍ଦ ଡ଼େଙ୍ଗା ପୁରୁଷ। ତେବେ କାହିଁକି ଜାଣନ୍ତୁ ସେ ସମ୍ପର୍କରେ…
    ନିକଟରେ ହୋଇଥିବା ଏକ ଗବେଷଣା କହେ ଅଧିକାଂଶ ଝିଅ ଜୀବନସାଥୀ ବାଛିବାବେଳେ ଅଧିକ ଉଚ୍ଚତା ଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ଜର୍ମାନୀର ୟୁନିଭର୍ସିଟି ଅଫ୍‌ ଜୋଟିଙ୍ଗେନ କରିଥିବା ଏହି ଗବେଷଣା ଅନୁସାରେ ମହିଳାମାନେ ନିଜ ଜୀବନସାଥୀ ଖୋଜିବାବେଳେ ଉଚ୍ଚତାକୁ ବେଶି ଗୁରୁତ୍ୱ ଦିଅନ୍ତି। କାରଣ ମହିଳାଙ୍କୁ ଲାଗେ ଡେଙ୍ଗା ପୁରୁଷ ଅଧିକ ବଳବାନ। ତେଣୁ ପୁରୁଷଙ୍କ ପାଖରେ ମହିଳାମାନେ ସୁରକ୍ଷିତ ଅନୁଭବ କରନ୍ତି। ତା’ସହ ସେମାନଙ୍କର ଧାରଣା ଥାଏ ଯେ, ଏଭଳି ପୁରୁଷ ତାଙ୍କର ଓ ପରିବାରର ଭଲଭାବେ ଧ୍ୟାନ ରଖିପାରିବେ। କିଛି ଗବେଷଣା ଏହା ବି କହେ ଯେ, ଡେଙ୍ଗା ପୁରୁଷ ଅଧିକ ସଫଳ ହୋଇଥାନ୍ତି ଓ ଅଧିକ ରୋଜଗାର କରନ୍ତି। ତେଣୁ ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ବେଶି ଆକୃଷ୍ଟ ହୁଅନ୍ତି। ବଡ଼ ପରଦା ଓ ଟିଭିର ଛୋଟ ପରଦାରେ ଅଧିକାଂଶ ଅଭିନେତା ଡେଙ୍ଗା ଓ ହ୍ୟାଣ୍ଡସମ୍‌ ହୋଇଥାନ୍ତି। ମହିଳାମାନେ ସାଧାରଣତଃ ପରଦା ଉପରେ ଯେମିତି ପୁରୁଷ ଦେଖନ୍ତି ମନରେ ଜୀବନସାଥୀର ଛବି ବି ସେହିଭଳି ଗଢିଥାନ୍ତି। ସମାଜ ବି ସବୁବେଳେ ଚାହେଁ ନାରୀଠୁ ପୁରୁଷର ଉଚ୍ଚତା ଅଧିକ ହେଉ ବୋଲି। ଯଦି କମ୍‌ ଉଚ୍ଚତାର ପୁରୁଷ ନାରୀର ଜୀବନସାଥୀ ହୁଏ ଲୋକେ ନାନା କଥା କୁହନ୍ତି। ତେଣୁ ନାରୀ ସବୁବେଳେ ଡ଼େଙ୍ଗା ପୁରୁଷ ଚାହେଁ। ଏହାବାଦ ଆଉ କିଛି ଗବେଷଣା କହେ ଯେ, ଡ଼େଙ୍ଗା ପୁରୁଷ ବି କମ୍‌ ଉଚ୍ଚତାର ମହିଳାଙ୍କୁ ପସନ୍ଦ କରନ୍ତି। କାରଣ କମ ଉଚ୍ଚତାର ମହିଳାଙ୍କ ପାଖରେ ସେମାନେ ଅଧିକ ଡ଼େଙ୍ଗା ଲାଗନ୍ତି, ଯାହାକି ସେମାନଙ୍କ ଆତ୍ମବିଶ୍ୱାସ ବଢାଏ। ଯଦିଓ ସବୁ କ୍ଷେତ୍ରରେ ଏହା ଦେଖିବାକୁ ମିଳି ନ ଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?