ପ୍ରଥମ ଡେଟ୍‌ରେ ପ୍ରେମିକାଙ୍କଠାରୁ ୧୦୦ ଟଙ୍କା ଉଧାର ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି

ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ବିବାହ ପରେ ଭାଙ୍ଗି ଯାଇଛି। ସେଥିମଧ୍ୟରୁ ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ପ୍ରେମ କାହାଣୀ ଅନ୍ୟତମ। ଏକ ଫଟୋଶୁଟ୍‌ ସମୟରେ ଉଭୟ ସାକ୍ଷାତ ହୋଇଥିଲେ। ସେତେବେଳେ ସୈଫ ବଲିଉଡରେ ପାଦ ଦେଇ ନ ଥିଲେ ଏବଂ ତାଙ୍କର ଡେବ୍ୟୁ ଫିଲ୍ମ ପରମ୍ପରା ପାଇଁ ଶୁଟିଂ କରୁଥିଲେ। ଏହି ସମୟରେ ଅମୃତା ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜଣାଶୁଣା ଥିଲେ। ତେବେ ଫଟୋଶୁଟ ସମୟରେ ଅମୃତା ସୈଫଙ୍କ ପ୍ରେମରେ ପଡ଼ିଯାଇଥିଲେ। ଫଟୋଶୁଟର ଦୁଇ ଦିନ ପରେ ସୈଫ୍‌ ଅମୃତାଙ୍କୁ ଡିନର୍‌ ପାଇଁ ଡାକିଥିଲେ। ଅମୃତା ସୈଫଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ତାଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ସୈଫ ଏହି ପ୍ରସ୍ତାବକୁ ଗ୍ରହଣ କରି ଅମୃତାଙ୍କ ଘରକୁ ଆସିଥିଲେ। ଏଠାରେ ଉଭୟ ପରସ୍ପରକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲେ।
ଏହା ପରେ ସୈଫ ଅମ୍ରିତାଙ୍କ ସହିତ ତାଙ୍କ ଘରେ ଦୁଇ ଦିନ ରହିଲେ। ଏହି କାରଣରୁ ସୈଫ ଦୁଇ ଦିନ ପର୍ଯ୍ୟନ୍ତ ଶୁଟିଂ ସେଟ୍‌ରେ ପହଞ୍ଚି ନ ଥିଲେ ଏବଂ ପରେ ତାଙ୍କୁ ଶୁଟିଂକୁ ଆସିବାକୁ କୁହାଯାଇଥିଲା ଏବଂ ଫିଲ୍ମର ପ୍ରଡକ୍ସନ ୟୁନିଟ ମଧ୍ୟ ତାଙ୍କ ପାଇଁ ଏକ କାର ପଠାଇଥିଲେ। ଏଥି ସହିତ ଅମୃତା ସୈଫଙ୍କୁ ତାଙ୍କ କାରରେ ଶୁଟିଂରେ ଯିବାକୁ କହିଥିଲେ। କାରଣ ଏହି ବାହାନାରେ ସେ ଅନ୍ତତଃ ପକ୍ଷେ ତାଙ୍କୁ କାର୍‌ ଫେରାଇବାକୁ ଆସିବେ। ଘରୁ ବାହାରିବାବେଳେ ସୈଫ ଅମ୍ରିତାଙ୍କ ଠାରୁ ୧୦୦ଟଙ୍କା ଉଧାର ନେଇଥିଲେ କାରଣ ସେ ନିଜ ୱାଲେଟ ମଧ୍ୟ ଆଣି ନ ଥିଲେ। ଏହା ପରେ, ଉଭୟଙ୍କ ସାକ୍ଷାତ ବୃଦ୍ଧି ପାଇଲା ଏବଂ ୧୯୯୧ରେ ଦୁହେଁ ଗୁପ୍ତ ଭାବରେ ବିବାହ କଲେ। ପରିବାର ସଦସ୍ୟଙ୍କୁ ନ ଜଣାଇ ଉଭୟ ଏହି ପଦକ୍ଷେପ ନେଇଥିଲେ। ଦୁହିଁଙ୍କ ବିବାହ ୧୩ ବର୍ଷ ଧରି ଚାଲିଥିଲା ଏବଂ ପରେ ଉଭୟ ଛାଡପତ୍ର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri