Categories: ଜାତୀୟ

ଜାଣନ୍ତୁ କେଉଁମାନେ ନେଇପାରିବେ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୨ା୧୨: ଦେଶରେ କରୋନାର ନୂଆ ଭାଇରସ୍‌ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତ ଡ୍ରଗ୍ସ କଣ୍ଟ୍ରୋଲରକୁ କୋଭିଶିଲ୍ଡର ବୁଷ୍ଟର ଡୋଜ୍‌ ମଞ୍ଜୁରୀ ପାଇଁ ଆବେଦନ କରିଛି।

ତେବେ ଜାଣନ୍ତୁ କେଉଁମାନେ ଏହି ବୁଷ୍ଟରର ମାତ୍ରା ନେଇପାରିବେ:

ବୁଷ୍ଟର ଡୋଜ୍‌ ସେହିମାନଙ୍କୁ ଦିଆଯାଇପାରିବ ଯିଏ ପୂର୍ବରୁ ଟିକାକରଣର ଉଭୟ ଡୋଜ୍‌ ନେଇଥିବେ। ଏକ ନିର୍ଦ୍ଦିଷ୍ଟ ଭୂତାଣୁ ବିରୋଧରେ ଲଢ଼ିବାରେ ଏହି ବୁଷ୍ଟର୍‌ ଡୋଜ୍‌ ସହାୟକ ହେବ। ବୁଷ୍ଟର ଡୋଜ୍‌ରେ ମଧ୍ୟ କକଟେଲ ବ୍ୟବହାର କରାଯାଇପାରିବ ନାହିଁ। ଏହାର ଅର୍ଥ ହେଉଛି କମ୍ପାନୀର ବୁଷ୍ଟର୍‌ ଡୋଜ୍‌ ଯାହାର ଡୋଜ୍‌ ପୂର୍ବରୁ ବ୍ୟବହୃତ ହୋଇସାରିଛି। ଭାଇରସ ବିରୋଧରେ ଲଢ଼ିବା ପାଇଁ ବୁଷ୍ଟର୍‌ ଡୋଜ୍‌ ଅଧିକ ଆଣ୍ଟିବଡି ଉତ୍ପାଦନ କରିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

Share