Categories: ଫୁରସତ

ଜାଣନ୍ତୁ ‘ଟାଇଟାନିକ’ ଜାହାଜ କେଉଁଠି ନିର୍ମାଣ ହୋଇଥିଲା

ବିଶ୍ୱରେ ଅନେକ କିଛି ଜଣାଅଜଣା କଥା ରହିଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ଆୟର୍ଲାଣ୍ଡ ଏପରି ଏକ ଦେଶ ଯେଉଁ ଦେଶରେ ଅନେକ କଥା ଆମକୁ ଜଣା ନାହିଁ। ଜାଣନ୍ତୁ ଆୟର୍ଲାଣ୍ଡର ସେଭଳି କିଛି ରୋଚକ କଥା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖ୍ରୀଷ୍ଟପୂର୍ବ ୧୨୮୦୦ ମସିହାରେ ଆୟର୍ଲାଣ୍ଡରେ ମାନବଜାତିର ଅସ୍ତିତ୍ୱର ପ୍ରମାଣ ରହିଛି। ଏହା ବ୍ୟତୀତ ଆୟର୍ଲାଣ୍ଡରେ ଆଉ ଏକ ବିଶେଷ ଜିନିଷ ଅଛି। ଏଠାରେ ଏକ ବାର ଅଛି ଯାହା ୯୦୦ ରେ ଖୋଲା ଯାଇଥିଲା ଏବଂ ଏହା ଆଜି ମଧ୍ୟ ଚାଲୁଛି । ଏହାର ନାମ ହେଉଛି ‘ସଚିନଙ୍କ ବାର୍‌’।

କୁହାଯାଏ ଯେ, ବର୍ତ୍ତମାନ ପୃଥିବୀରେ ଜୀବିତ ଥିବା ସମସ୍ତ ପୋଲାର ଭାଲୁ ୫୦ ହଜାର ବର୍ଷ ପୂର୍ବେ ଆୟର୍ଲାଣ୍ଡରେ ରହୁଥିବା ଏକ ବାଦାମୀ ମହିଳା ଭାଲୁର ସନ୍ତାନ।

ଦୁନିଆର ସବୁଠୁ ବଡ ଜାହାଜ ‘ଟାଇଟାନିକ’ ଯାହା ୧୪ ଏପ୍ରିଲ ୧୯୧୨ ରେ ସମୁଦ୍ରରେ ବୁଡ଼ି ଯାଇଥିଲା। ଏହି ଜାହାଜ ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟ ସହରରେ ନିର୍ମିତ ହୋଇଥିଲା।

Share