ଜାଣନ୍ତୁ କେଉଁଠି ହେବ ଲଭ୍‌ବାର୍ଡଙ୍କ ରିସେପ୍ସନ

ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଧୁମ୍‌ଧାମ୍‌ରେ ହୋଇଯାଇଛି। ୫ବର୍ଷର ସମ୍ପର୍କକୁ ଦୁହେଁ ଅଫିସିଆଲ କରିଛନ୍ତି। ତାଙ୍କ ବିବାହକୁ ନେଇ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଳିରେ ଦୁହିଁଙ୍କ ବିବାହ ସରିଛି।

ବର୍ତ୍ତମାନ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଆଲିଆ-ରଣବୀରଙ୍କ ରିସେପ୍ସନ ବାସ୍ତୁ ଆପାରମେଣ୍ଟରେ ହେବ। ପୂର୍ବରୁ ତାଜ କୋଲାବାଠାରେ ହେବାକୁ ଯାଉଥିଲା। ତେବେ ଦୁହିଁଙ୍କ ରିସେପ୍ସନରେ ବଲିଉଡର ସମସ୍ତ ସେଲିବ୍ରିଟିମାନେ ସାମିଲ, ହେବେ ଯେଉଁଥିପାଇଁ ସ୍ବତନ୍ତ୍ର ଭାବେ ଅତିଥିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି।

 

Share