କ’ଣ ଖେଳିବାକୁ ଭଲପାଆନ୍ତି ଆପଣଙ୍କ ପସନ୍ଦର କଳାକାର, ଜାଣନ୍ତୁ …

କଳାକାରଙ୍କ ବ୍ୟକ୍ତିଗତ ଜୀବନ କିପରି ଚାଲିଛି ସେ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଆଗହୀ। ସେମାନେ କ’ଣ ଖାଉଛନ୍ତି, କେତେ ଶିକ୍ଷିତ, ସେମାନଙ୍କର ପ୍ରିୟ ଖେଳ କ’ଣ ଆଦି। ତେବେ ବଲିଉଡ୍‌ର ଅନେକ କଳାକାର ରହିଛନ୍ତି ଯେଉଁମାନଙ୍କର କ୍ରିଡା ପ୍ରତି ବେଶ୍‌ ଆଗ୍ରହ ରହିଛି। କାହାକୁ ଘୋଡା ଚଢ଼ିବା ପସନ୍ଦ ତ ଆଉ କାହାର ବ୍ୟାଡମିଣ୍ଟନ ପ୍ରିୟ ଖେଳ। ଜାଣିବା ସେମିତି କିଛି କଳାକାରଙ୍କ ପ୍ରିୟ ଖେଳ ବିଷୟରେ:

ଦୀପିକା ପାଦୁକୋନ:
ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ ଜଣେ ବ୍ୟାଡମିଣ୍ଟନ ଚାମ୍ପିୟନ ଥିଲେ। ବାପାଙ୍କ ପରି ଝିଅ ଦୀପିକା ମଧ୍ୟ ବ୍ୟାଡମିଣ୍ଟନ ଖେଳିବାକୁ ଭଲପାଆନ୍ତି।

ରଣଦୀପ ହୁଡ୍ଡା: ଅଭିନୟରେ ବିଶେଷ ରୁଚି ରଖୁଥିବା ରଣଦୀପ ଘୋଡ଼ା ଚଢ଼ିବାକୁ ପସନ୍ଦ କରନ୍ତି। ଅଭିନୟ କ୍ୟାରିୟରରେ ରଣଦୀପ ଅନେକ ସଫଳ ସିନେମାରେ ଅଭିନୟ କରିସାରିଛନ୍ତି।

ରଣବୀର କପୁର: ଏହିକ୍ରମରେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ରଣବୀର କପୁରଙ୍କର ପ୍ରିୟ ଖେଳ ହେଉଛି ଫୁଟବଲ।

ଅଭିଷେକ ବଚ୍ଚନ: ଅଭିଷେକ ବଚ୍ଚନଙ୍କ ଫୁଟ୍‌ବଲ ପ୍ରେମ କାହାକୁ ଛପା ନ ଥିବ। ତାଙ୍କୁ ବହୁବାର ଫୁଟ୍‌ବଲ ଖେଳିବାର ମଧ୍ୟ ଦେଖିବାକୁ ମିଳିଛି। ଫୁଟ୍‌ବଲ ଖେଳୁଥିବାର ଫଟୋ ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।

ତାପସୀ ପନ୍ନୁ: ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ତାପସୀ ପନ୍ନୁ ଜଣେ ସ୍କ୍ବାସ୍‌ ଖେଳାଳି। ଏହି ଖେଳ ଖେଳିବାକୁ ସେ ବେଶ୍‌ ଭଲପାଅନ୍ତି। ତାପସି ଅଭିନେତା ଧନୁଷଙ୍କ ସହ ତାମିଲ ଫିଲ୍ମ ‘ଆଡୁକଲାମ’ରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସୁପରହିଟ୍‌ ମଧ୍ୟ ହୋଇଥିଲା।

ଅକ୍ଷୟ କୁମାର: ଖିଲାଡୀ ହିରୋ ଅକ୍ଷୟ କୁମାର ମାର୍ଶଲ ଆର୍ଟ ପ୍ରେମୀ। ଫିଟ୍‌ନେଶ୍‌ ଶଉକିନ ଅକ୍ଷୟଙ୍କ ପୁଅ ଆରବ ମଧ୍ୟ ଏଥିରେ କିଛି କମ୍‌ ନୁହନ୍ତି।

ଡିନୋ ମୋରିୟା: ୧୯୯୯ରେ ରିଲିଜ୍‌ ଫିଲ୍ମ ‘ପ୍ୟାର୍‌ ମୈ କଭି କଭି’ ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଡିନୋ ମୋରିୟା। ଏହା ପରେ ତାଙ୍କୁ ସୁପରହିଟ୍‌ ଫିଲ୍ମ ‘ରାଜ୍‌’ରେ ଦେଖିବାକୁ ମିଳିଥିଲା। ତେବେ ସ୍କ୍ବାସ୍‌ ହେଉଛି ଡିନୋଙ୍କ ପ୍ରିୟ ଖେଳ।

ଲିଜା ହେଡନ:
ଆୟଶା, ରାସ୍କଲ, କୁଇନ୍‌ ପରି ସଫଳ ଫିଲ୍ମର କାମ କରିସାରିଥିବା ଲିଜା ଜଣେ ସଫଳ ଫ୍ୟାଶନ ଡିଜାଇନର। ଲିସା ଓ୍ବାଟର ସର୍ପିଂକୁ ବେଶ୍‌ ଭଲପାଆନ୍ତି।

Share