ଜାଣନ୍ତୁ ଆଲିିଆ-ରଣବୀରଙ୍କୁ କ’ଣ ଉପହାର ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୀତିନୀତି ଅନୁଯାୟୀ ବିବାହ ରଣବୀରଙ୍କ ବାସ୍ତୁ ଆପାର୍ଟମେଣ୍ଟରେ ହୋଇଥିଲା । ଶନିବାର ସେମାନେ ତାଙ୍କ ବନ୍ଧୁମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲା ବେଳେ ଏଥିରେ ଅନେକ କଳାକାର ସାମିଲ ହୋଇଥିଲେ।
ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ପାର୍ଟିକୁ ଆସିଥିବା ଅନେକ କଳାକାର ରଣବୀର-ଆଲିଆଙ୍କୁ ବିଶେଷ ଉପହାର ଦେଇଥିଲେ। ତେବେ ରଣବୀରଙ୍କ ଏକ୍ସ କୁହାଯାଉଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ଦମ୍ପତିଙ୍କୁ କ’ଣ ଉପହାର ଦେଇଛନ୍ତି ଜାଣନ୍ତୁ। ଦୀର୍ଘ ବର୍ଷ ଧରି ରଣବୀରଙ୍କୁ ଡେଟ କରୁଥିବା ଦୀପିକା ପାଦୁକୋନ ଏହି ଦମ୍ପତିଙ୍କୁ ୧୫ ଲକ୍ଷ ଟଙ୍କାର ଘଣ୍ଟା ଉପହାର ଦେଇଥିଲେ।

Share