ଆପଣଙ୍କ ପାର୍ଟନର ଆପଣଙ୍କୁ କେତେ ଭଲ ପାଉଛନ୍ତି ଏହି ୪ କଥାରୁ ଜାଣି ନିଅନ୍ତୁ, ନଚେତ୍‌ ପରେ ବହୁତ ପସ୍ତାଇବେ

ଯେକୌଣସି ପ୍ରେମୀଯୁଗଳଙ୍କ ପାଇଁ ଡେଟ୍‌ରେ ଯିବା ଏକ ବିଶେଷ ମୁହୂର୍ତ୍ତ। ଏହି ସମୟରେ ଉଭୟ ପ୍ରେମୀ ପରସ୍ପରର ପ୍ରକୃତି, ଆଚାର, ବ୍ୟବହାର ଆଦି ବିଷୟରେ ଜାଣିଥାନ୍ତି। ତଥାପି ବେଳେବେଳେ ପାର୍ଟନର ବାଛିବା ପୂର୍ବରୁ ଟିକେ ସତର୍କ ହେବାର ଆବଶ୍ୟକତା ଥାଏ। ଆଜିକାଲି ଅନେକ ଝିଅ ହେଉ କି ପୁଅ ପ୍ରେମରେ ପଡୁଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ପ୍ରତାରଣାର ଶିକାର ହେଉଛନ୍ତି। ଏହି କାରଣରୁ ଆପଣଙ୍କ ସାଥୀ ବିଷୟରେ କିଛି କଥା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ, ଆପଣଙ୍କ ସାଥୀ ପ୍ରକୃତ ଭଲ ପାଉଛନ୍ତି ନା ଟାଇମ୍‌ ପାସ୍‌ କରୁଛନ୍ତି।

ରିଲେସନଶିପ୍‌ ବିଶେଷଜ୍ଞ ଜୀବିକାଙ୍କ ଅନୁଯାୟୀ, ଯଦି ଆପଣଙ୍କର ସାଥୀ ଆପଣଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି ଭାବନ୍ତି ଏବଂ ପରସ୍ପରକୁ ଭଲ ଭାବରେ ବୁଝିବା ପରେ ମଧ୍ୟ ବନ୍ଧୁତା ଆଗକୁ ବଢୁନାହିଁ, ତେବେ ଏହା ଆପଣଙ୍କ ପାଇଁ ଏକ ରେଡ୍‌ ସିଗ୍‌ନାଲ। ଏହା ସତ ଯେ, ପ୍ରତ୍ୟେକ ମଧୁର ସମ୍ପର୍କ ବନ୍ଧୁତ୍ୱରୁ ଆରମ୍ଭ ହୋଇଥାଏ, କିନ୍ତୁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବନ୍ଧୁତା ମାଧ୍ୟମରେ ଏକ ଘନିଷ୍ଠ ସମ୍ପର୍କ ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଏହି ସମ୍ପର୍କ ପ୍ରେମ ଜୀବନକୁ ଏକ ସକାରାତ୍ମକ ରୂପ ଦେଇଥାଏ।

ଯେତେବେଳେ ସାଥୀ ଆପଣଙ୍କ ଭବିଷ୍ୟତ ଯୋଜନା ବିଷୟରେ କହିବେ କି ଏଥିରେ ତୁମର କୌଣସି ସ୍ଥାନ ନାହିଁ। ଯଦି ଏହା କେବଳ ଆପଣଙ୍କ ସାଥୀଙ୍କ ପରିବାର, ଘନିଷ୍ଠ ବନ୍ଧୁ ଏବଂ ଆତ୍ମୀୟମାନଙ୍କ ସହିତ ଜଡ଼ିତ ହୋଇଥାଏ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଏକ ରେଡ୍‌ ସିଗ୍‌ନାଲ। ଆପଣ ବୁଝିବା ଉଚିତ ଯେ, ଆପଣଙ୍କ ସାଥୀ ଆପଣଙ୍କ ସହିତ ଦୀର୍ଘ ସମୟ ଧରି ରହିବାକୁ ଚାହାନ୍ତି ନାହିଁ।

ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଫୋନ୍‌ କିମ୍ବା ମେସେଜ କରିବାକୁ ମଧ୍ୟ ଆଗ୍ରହୀ ନୁହନ୍ତି ଏବଂ ସେ ବ୍ୟସ୍ତ ଅଛନ୍ତି ବୋଲି କହି ଆପଣଙ୍କୁ ସମୟ ଦେଉନାହାନ୍ତି। ତେବେ ଜାଣି ନିଅନ୍ତୁ ଯେ, ଆପଣଙ୍କ ସାଥୀ ଆପଣଙ୍କ ସହ ଦୀର୍ଘଦିନ ରହିବାକୁ ଚାହୁଁନାହାନ୍ତି। ସେ କେବଳ ଟାଇମ୍‌ ପାସ୍‌ କରିବାକୁ ଚାହୁଁଛନ୍ତି।