ଜାଣନ୍ତୁ ‘ଲକଅପ’ ଶୋ’ର ବିଜେତାଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ

କଙ୍ଗନା ରାଣାୱତଙ୍କ ଶୋ ‘ଲକଅପ’ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବର୍ତ୍ତମାନ ଏହି ଶୋ’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ରେ ଯେଉଁ ପ୍ରତିଯୋଗୀ ଟ୍ରଫି ହାତେଇବେ ତାଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ ତାହା ଜାଣିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ତେବେ ଶୋ’ର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ସହ ବଡ ଟ୍ରଫି ଏବଂ କାର ମଧ୍ୟ ପାଇବେ।

ଏକ ରିପୋର୍ଟ ଅନୁଯାୟୀ, ସମସ୍ତ ଖେଳାଳି ଶୋ’ର ଫାଇନାଲରେ ପହଞ୍ଚିଛନ୍ତି। ଶନିବାର ଏହି ଶୋ’ର ଫାଇନାଲ ହେବ। ଯେଉଁଥିରେ ପ୍ରିନ୍ସ ନାରୁଲା, ମୁନାୱାର୍‌ ଫାରୁକି, ଅଞ୍ଜଳି ଆରୋରା, ପାୟଲ ରୋହତୋଗି, ଶିବମ ଶର୍ମା ଏବଂ ଅଜମା ଫାଲ୍ଲାଙ୍କ ନାମ ସାମିଲ ଅଛି ।

Share