ଭଦ୍ରକରେ ସଙ୍ଗରୋଧକୁ ପଛରେ ପକାଇଲା ସ୍ଥାନୀୟ ସଂକ୍ରମଣ, ଜାଣନ୍ତୁ ଗୋଟିଏ ଦିନରେ କେତେ ରହିଛି ଲୋକାଲ କେସ୍‌

ଭଦ୍ରକ ଅଫିସ,୨୦।୮: ଭଦ୍ରକ ଜିଲାରେ ଗୁରୁବାର ୧୦୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୧ରେ ପହଞ୍ଚିଛି। ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କୁ ଛାଡିଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ତେବେ ଜିଲାର ସମସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨୮ ଜଣ ସୁସ୍ଥ ହୋଇଥିବା ବେଳେ ୮୦୬ ଜଣ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି।