ନକଲି ଗୁଟ୍‌ଖା କାରଖାନା ଠାବ

କଟକ ଅଫିସ, ୧୭।୧୨ :କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି। ବୁଧବାର ପୋଲିସ ଜଗତପୁର ତଳବଣିଆସ୍ଥିତ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀ ଜବତ କରିଛି। ଯାହାର ମୂଲ୍ୟ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏ ନେଇ ଜଗତପୁର ଥାନାରେ କେସ୍‌ ନଂ. ୫୨୭/୨୦୨୦ ରୁଜୁ ହୋଇଛି। ଏହି ଘଟଣାରେ କମ୍ପାନୀ ମାଲିକ ଏସ୍‌. ଏ. ଜମିର ଏବଂ ପାର୍ଥ ମାନ୍ନା ନାମକ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୋଲିସ ଖୋଜିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କଟକ କମିଶନରେଟ୍‌ ପୋଲିସ ଓ ଜଗତପୁର ପୋଲିସ ମିଳିତ ଭାବେ ଉକ୍ତ କମ୍ପାନୀରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ପ୍ୟାକିଙ୍ଗ୍‌ ସାମଗ୍ରୀ ଓ କଞ୍ଚାମାଲ ଜବତ କରାଯାଇଛି। ସିଗ୍‌ମା, ଗୋକୁଲ, କ୍ରିଷ୍ଣା, ମୋଦି, ରକେଟ ଆଦି ବ୍ରାଣ୍ଡର ନକଲି ଗୁଟ୍‌ଖା ଓ ଖଇନି ତିଆରି କରାଯାଉଥିଲା। ଖୋର୍ଦ୍ଧାରୁ ଜମିର ଓ କୋଲକାତାରୁ ପାର୍ଥ ଆସି ମିଳିମିଶି ୪ମାସ ହେଲା ଏହି କାରବାର ଚଳାଇଥିଲେ। ବିନା ଲାଇସେନ୍ସରେ ଉକ୍ତ କମ୍ପାନୀ ଚାଲିଥିବାବେଳେ ପ୍ୟାକେଟ ଉପରେ ମ୍ୟାନୁଫାକ୍‌ଚରିଂ ଓ ଏକ୍ସପାଏରି ତାରିଖ, ବ୍ୟାଚ୍‌ ନମ୍ବର ଉଲ୍ଲେଖ ରହୁ ନ ଥିଲା। କଟକ ଜିଲାରେ ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ବିରୋଧରେ ଚଢାଉ ଜାରି ରହିବ ବୋଲି ପୋଲିସ କହିଛି। ଉଲ୍ଲେଖଥାଉ କି, ସେପ୍ଟେମ୍ବର ୧୩ରେ ରାଣୀହାଟ ଅଞ୍ଚଳରେ ଏକ ନକଲି ପୂଜା ସାମଗ୍ରୀ କମ୍ପାନୀ, ୧୪ରେ ଚୌଦ୍ୱାର ଓ୍ବାର୍ଡ ନଂ. ୯ରେ ନକଲି ଘିଅ ଓ ସସ୍‌ କାରଖାନା, ୨୬ ତାରିଖରେ ଜଗତପୁର ଆଇ.ବି. ରୋଡ୍‌ଠାରେ ନକଲି ସସ୍‌ କାରଖାନା ଠାବ ହୋଇଥିଲା। ସେହିପରି ନଭେମ୍ବର ୧୪ରେ କଟକ ଅଞ୍ଚଳରେ ଏକ ନକଲି ମସଲା ଓ ୨୬ରେ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରାଯାଇଥିଲା। ବାରମ୍ବାର କଟକ ସହର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ, ପାନମସଲା ତଥା ଗୁଟ୍‌ଖା କମ୍ପାନୀକୁ ପୋଲିସ ଠାବ କରୁଛି। ତଥାପି ଦିନକୁ ଦିନ ଏହି ତାଲିକା ଲମ୍ବା ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri