ଆର୍‌ବିଆଇ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୋମବାର ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ଚଳିତ ବର୍ଷର ଆର୍ଥିକ ସାକ୍ଷରତା ସପ୍ତାହର ଉଦ୍‌ଘାଟନ ଉତ୍ସବ ଆରବିଆଇର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆରବିଆଇ, ରାଜ୍ୟ ସରକାର, ନାବାର୍ଡ, ଏସ୍‌ବିଆଇ ସମେତ ଅନ୍ୟାନ୍ୟ ବ୍ୟାଙ୍କଗୁଡିକର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ବିଶେଷ କରି ଉକ୍ତ ଉତ୍ସବ ଜରିଆରେ ବରିଷ୍ଠ ଅଧିକାରୀମାନେ ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସଚେତନତା ବିସ୍ତାର କରିବାର ଉପାୟଗୁଡିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଆର୍‌ବିଆଇର ଆର୍‌ଓ ଭୁବନେଶ୍ୱର ପକ୍ଷରୁ ସାରା ରାଜ୍ୟରେ ବିଭିନ୍ନ ଆର୍ଥିକ ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରିବ।
ସୂଚନାଯୋଗ୍ୟ ୨୦୧୬ରୁ ଆରବିଆଇ ଗୁରୁତ୍ୱପୂର୍ଣ୍ଣ ଆର୍ଥତ୍କ ବାର୍ତ୍ତାଗୁଡିକର ପ୍ରସାର ପାଇଁ ପ୍ରତି ବର୍ଷ ଆର୍ଥତ୍କ ସାକ୍ଷରତା ସପ୍ତାହ ଆୟୋଜନ କରିଆସୁଛି। ଚଳିତ ବର୍ଷର ଆର୍ଥିକ ସାକ୍ଷରତା ସପ୍ତାହ ପାଇଁ ‘ସଠିକ୍‌ ଆର୍ଥିକ ଆଚରଣ,ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ’ ଶୀର୍ଷକ ବିଷୟବସ୍ତୁର ଆୟୋଜନ କରାଯାଇଥିଲା। ଯେଉଁଥିରେ ସଞ୍ଚୟ, ଯୋଜନା, ବଜେଟ ଏବଂ ଡିଜିଟାଲ୍‌ ଆର୍ଥିକ ସେବାଗୁଡିକର ବୁଝିବିଚାରି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାକି ଆର୍ଥିକ ଶିକ୍ଷା ଜାତୀୟ ରଣନୀତି ୨୦୨୦-୨୫ର ମୁଖ୍ୟ ଉଦ୍ଦେଶ୍ୟ ସହ ମେଳ ଖାଉଛି। ଉକ୍ତ ବିଷୟବସ୍ତୁ ଉପରେ ଅତ୍ୟାବଶ୍ୟକ ଆର୍ଥିକ ସଚେତନତା ବାର୍ତ୍ତା ପ୍ରସାରଣ କରିବା ପାଇଁ ଆରବିଆଇ ଚଳିତ ବର୍ଷ ଫେବୃୟାରୀ ଶେଷ ସୁଦ୍ଧା ଏକ କେନ୍ଦ୍ରୀୟ ଗଣମାଧ୍ୟମ ଅଭିଯାନ କରିବ। ଏପରିକି ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ମଧ୍ୟ ବିଭିନ୍ନ ଆର୍ଥିକ ସାକ୍ଷରତା ଶିବିରର ଆୟୋଜନ କରିବ ବୋଲି ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଉଦ୍ଦେଶ୍ୟରେ ବିଷୟବସ୍ତୁ ଏବଂ ବାର୍ତ୍ତା ପ୍ରଚାରକୁ ଉତ୍ସାହିତ କରିବାରେ ବିଭିନ୍ନ ହିତାଧିକାରୀଙ୍କ ଉଦ୍ୟମ ପାଇଁ ଅନୁରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri