କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ

କାଏମା,୧୪ା୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗଁାର ମାନସ ଦଳାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଅର୍ଥ ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ୩୫ ବର୍ଷୀୟ ମାନସଙ୍କ ସ୍ତ୍ରୀ ଓ ଚାରି ଝିଅଙ୍କୁ ନେଇ ପରିବାର। ବଡ଼ ଝିଅଙ୍କୁ ୯ବର୍ଷ ବୟସ ହୋଇଥିବାବେଳେ ସାନଙ୍କୁ ମାତ୍ର ୫ ବର୍ଷ। ମାନସ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ପିଲାଙ୍କ ପାଠ ପଢ଼ା ମଧ୍ୟହୁଏ। ଏପରି ସବୁ ଠିକ୍‌ଠାକ୍‌ ଚାଲିଥିବାବେଳେ ହଠାତ୍‌ ମାନସଙ୍କ ଗୋଡ଼ ଫୁଲିବା ଆରମ୍ଭ ହୋଇଥିଲା। ସେ ଡାକ୍ତରଙ୍କ ପରାମର୍ଶ କରିବା ପରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କର ଦୁଇଟି କିଡ୍‌ନୀ ନଷ୍ଟ ହୋଇଯାଇଛି। ୪ ମାସ ହେଲା ମାନସ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି। ତାଙ୍କର ଚିକିତ୍ସା ପାଇଁ ଜମି, ସୁନାଗହଣା ବିକ୍ରି ହୋଇ ସାରିଲାଣି। ହେଲେ ରୋଗ ଭଲ ହେଉନି।
ସ୍ବାମୀଙ୍କ ଏଭଳି ଅବସ୍ଥାରେ ଦେଖି ତାଙ୍କ ସ୍ତ୍ରୀ ଜ୍ୟୋତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କୌଣସିମତେ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏପରି କି ତାଙ୍କର ଗୋଟିଏ କିଡ୍‌ନୀ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ହେଲେ ଟଙ୍କା ଅଭାବରୁ ତାହା ହୋଇପାରୁନାହିଁ। ସ୍ବାମୀଙ୍କୁ ସେ ନିଜେ କାନ୍ଧରେ ବୋହି ଡାକ୍ତରଖାନା ନେଉଛନ୍ତି। ଘର ଚଳାଇବାକୁ ବାର ଦୁଆର ଯାଇ ଭିକ ମାଗୁଛନ୍ତି। ଆବଶ୍ୟକ ଔଷଧ ଯୋଗାଡ଼ କରିବା ପାଇଁ ଜ୍ୟୋତି ନିତିଦିନ ସଂଘର୍ଷ କରୁଛନ୍ତି। ମାନସଙ୍କ ଦେହରେ ଜ୍ୟୋତି ଓ ମାନସଙ୍କ ଭଉଣୀଙ୍କ କିଡ୍‌ନୀ ଲାଗି ପାରିବ ବୋଲି ଡାକ୍ତର କହିଥିବାବେଳେ ବିଭିନ୍ନ ପରୀକ୍ଷା ବି ସରିଛି। ହେଲେ ଏଥିପାଇଁ ଆବଶ୍ୟକ ଥିବା ଟଙ୍କା ଯୋଗାଡ଼ ଜ୍ୟୋତିଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ତେଣୁ ଜ୍ୟୋତି ସରକାର ଓ ବିଭିନ୍ନ ସଙ୍ଗଠନକୁ ସାହାଯ୍ୟ ପାଇଁ ନେହୁରା ହୋଇଛନ୍ତି। ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇଦେଲେ ମାନସଙ୍କ ଜୀବନ ବଞ୍ଚିପାରିବ ବୋଲି ଜ୍ୟୋତି କହିଛନ୍ତି। ଅନ୍ୟପକ୍ଷରେ ଏହି ଗଁାରେ ପାଖାପାଖି ୨୦୦ରୁ ଊଦ୍ଧର୍‌ବ ଲୋକ ରହୁଥିବାବେଳେ ଗୋଟାଏ ନଳକୂପ ଉପରେ ନିର୍ଭର କରିଥାନ୍ତି। ଏହି ପାଣି ପିଇବା ଦ୍ୱାରା ଗଁାର ପାଞ୍ଚରୁ ଅଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri