ତାଲିବାନ୍‌ ପାଇଁ ଆର୍ଥିକ ଚ୍ୟାଲେଞ୍ଜ

କାବୁଲ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦର। ଦୀର୍ଘ ୨୦ ବର୍ଷ ଧରି ନିର୍ବାସନରେ ଥିବା ବରାଦର ଗତ ବୁଧବାର କାତାରରୁ କାନ୍ଦାହାରକୁ ଫେରିଥିଲେ। ଶନିବାର ସେ କାବୁଲ ଆସିବା ପରେ ତାଲିବାନ ଆଫଗାନିସ୍ତାନର ଅର୍ଥନୀତି ଓ ନିରାପତ୍ତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ କରିଛି। ଏହାସହ ଆରମ୍ଭ ହୋଇଛି ୟୁନିଟି ଗଭର୍ନମେଣ୍ଟ ଗଠନ ପ୍ରୟାସ। ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ଆର୍ଥତ୍କ ସଙ୍କଟର ସମାଧାନ ପାଇଁ ପୃଥକ୍‌ ଟିମ୍‌ ଗଠନ କରାଯିବ ବୋଲି ତାଲିବାନର ଜଣେ ବରିଷ୍ଠ ନେତା ରଏଟର୍ସକୁ ସୂଚନା ଦେଇଛନ୍ତି। ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତି ପଦର ଦାବିଦାର ମୁଲ୍ଲା ବରାଦର କାବୁଲରେ ପହଞ୍ଚତ୍ବା ପରେ ଅନ୍ୟ ନେତାମାନଙ୍କ ସହ ନୂଆ ସରକାର ଗଠନ ନେଇ ଆଲୋଚନା କରିଛନ୍ତି। ସେ କମାଣ୍ଡରମାନଙ୍କୁ ଦାୟିତ୍ୱ ବାଣ୍ଟିବେ ଏବଂ ପୂର୍ବ ସରକାରର ନେତା, ସ୍ଥାନୀୟ ମିଲିସିଆ କମାଣ୍ଡର, ନୀତି ନିର୍ଦ୍ଧାରକ ଓ ଧର୍ମୀୟ ବିଦ୍ୱାନମାନଙ୍କୁ ଭେଟିବେ।
ସରକାର ଗଠନ:
କେତେ ବାଟ ଯାଇଛି
ଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି ଆର୍ଥତ୍କ ସଙ୍କଟ। ତେଣୁ ଆଭ୍ୟନ୍ତରୀଣ ନିରାପତ୍ତା ଓ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ତାଲିବାନ ପୃଥକ୍‌ ଟିମ୍‌ ଗଠନ କରିବ।
ସମୁଦାୟ ଆଗରେ ନିଜ ଆଭିମୁଖ୍ୟ ରଖି ଗଣମାଧ୍ୟମକୁ ସମ୍ବୋଧିତ କରିବା ପାଇଁ କାବୁଲରେ ଏକ ତ୍ରିପାକ୍ଷିକ କମିଟି ଗଠନ କରାଯାଇଛି। ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନ(ଆଇଇଏ)ର ସାଂସ୍କୃତିକ କମିଶନର ଜଣେ ଯୋଗ୍ୟ ସଦସ୍ୟ, ଫେଡେରେଶନ୍‌ ଅଫ୍‌ ଜର୍ନାଲିଷ୍ଟସ୍‌ ଆଣ୍ଡ ମିଡିଆ ଇନ୍‌ଷ୍ଟିଚ୍ୟୁଶନ୍ସର ଜଣେ ସଭ୍ୟ ଏବଂ କାବୁଲ ପୋଲିସ ହେଡ୍‌କ୍ୱାର୍ଟର୍ସର ଜଣେ ପ୍ରତିନିଧି ଏଥିରେ ସାମିଲ ହେବେ। ଏନେଇ ଆଇଇଏ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି। ତେବେ ତାଲିବାନ ସରକାରକୁ ଅନ୍ତର୍ଜାତୀୟ ସମୁଦାୟର ସ୍ବୀକୃତି ମିଳିବା ଆଶା କ୍ଷୀଣ।
ତାଲିବାନ୍‌ ଅଧୀନ କାବୁଲ ସ୍ଥିତି
ତାଲିବାନ ଦଖଲ କରିବା ପରେ ସ୍କୁଲରୁ ନେଇ ବଜାର ସବୁଠି ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇସ୍‌ଲାମିକ୍‌ ଆଇନ ଅନୁସାରେ ଏକ କାଉନ୍‌ସିଲ ଦେଶକୁ ଶାସନ କରିବ ବୋଲି ପୂର୍ବରୁ ତାଲିବାନ କହିଥିଲା।
ଆଫଗାନିସ୍ତାନରେ ଗଣତନ୍ତ୍ରର ଭିତ୍ତିଭୂମି ନ ଥିବାରୁ ଲୋକଙ୍କ ଶାସନ ଏଠାରେ ରହିବ ନାହିଁ। କିନ୍ତୁ ଶରିଆ ଆଇନ ଅନୁସାରେ ଲୋକେ ସ୍ବାଧୀନତା ଉପଭୋଗ କରିବେ।
ଶାସିତ ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନ ଅନ୍ୟ ସମସ୍ତ ରାଷ୍ଟ୍ର ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି। ବିଶେଷକରି ଆମେରିକା ସହ ସମ୍ପର୍କ ପାଇଁ ଆଗ୍ରହୀ ବୋଲି ବରାଦର କହିଛନ୍ତି।
ସୈନ୍ୟ ଓ ପାଇଲଟମାନଙ୍କୁ ତାଲବାନ ଆର୍ମିରେ ସାମିଲ କରାଯିବ।
ଅନୁସାରେ ଆମେରିକୀୟ ସୈନ୍ୟ ଅପସାରଣ ଶେଷ ନ ହେବା ପର୍ଯ୍ୟନ୍ତ ତାଲିବାନ ତରବରିଆ ଭାବେ କିଛି ନିଷ୍ପତ୍ତି ନେବ ନାହିଁ।

Share