ଉହାନ୍‌ ଲ୍ୟାବ୍‌କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…

ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍‌ ଲ୍ୟାବ୍‌କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଆମେରିକାର ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫୌସି  ସନ୍ଦେହ ଘେରରେ ରହିଛନ୍ତି। ଆମେରିକା ଗଣମାଧ୍ୟମ ସଂସ୍ଥା ଓ୍ବାଶିଂଟନ ପୋଷ୍ଟରେ ଏସମ୍ପର୍କରେ ଖବର ପ୍ରକାଶ ପାଇଛି। ଆନ୍ଥୋନୀଙ୍କ ପାଖକୁ ଆସିଥିବା ୩୦୦୦ ପୃଷ୍ଠାର ଇ-ମେଲ୍‌ରୁ ଏହା ଜଣାପଡ଼ିଛି। ୨୦୨୦ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଏସବୁ ଇ-ମେଲ୍‌ ଆନ୍ଥୋନୀଙ୍କ ପାଖୁ ଆସିଛି। ଉହାନ୍‌ ଲ୍ୟାବ୍‌ର ବୈଜ୍ଞାନିକଙ୍କ ସହିତ ଆନ୍ଥୋନୀ ଯୋଗାଯୋଗରେ ରହିଥିଲେ। ମିଳିତ ଭାବେ କାମ କରିବାକୁ ଉହାନ୍‌ ଲ୍ୟାବ୍‌ରୁ ଆନ୍ଥୋନୀଙ୍କ ପାଖକୁ ଆସିଥିବା ଇ-ମେଲ୍‌ରେ ଉଲ୍ଲେଖ କରାଯାଇଛି। ଚାଇନା ବିଶେଷଜ୍ଞଙ୍କ ସହିତ ଆଲୋଚନା ପରେ ଆନ୍ଥୋନୀ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଥିବା କୁହାଯାଉଛି। ସେହିପରି ଆନ୍ଥୋନୀଙ୍କ ସହିତ ବିଲ୍‌ ଗେଟସ୍‌ଙ୍କ ହୋଇଥିବା ଆଲୋଚନା ଉପରେ ମଧ୍ୟ ଅଙ୍ଗୁଳି ଉଠିବାରେ ଲାଗିଛି।

 

Share