ୟୁକ୍ରେନ୍‌କୁ ଆମେରିକା ସମେତ ୨୮ ଦେଶର ଆର୍ଥିକ ସହାୟତା…

କ୍ୱିଭ୍‌,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ବିନାଶର ଚାଣ୍ଡବ ଜାରି ରହିଛି। ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏହି ସମୟରେ ଅନେକ ଦେଶ ୟୁକ୍ରେନକୁ ସହାୟତା ପ୍ରଦାନ କରିଛନ୍ତି। ଆମେରିକା, ବ୍ରିଟେନ ସମେତ ୨୮ଟି ଦେଶ ୟୁକ୍ରେନକୁ ଚିକିତ୍ସା ସାମଗ୍ରୀ ସହିତ ସାମରିକ ସହାୟତା ଦେବାକୁ ରାଜି ହୋଇଛନ୍ତି। ଏହା ସହିତ ଏହି ଦେଶଗୁଡ଼ିକ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

ୟୁକ୍ରେନରେ ଆକ୍ରମଣରେ ସାଧାରଣ ନାଗରିକଙ୍କ ସହ ସାମରିକ ବେସକୁ ଟାର୍ଗେଟ କରାଯାଉଛି। ୟୁକ୍ରେନକୁ ୩୫୦ ମିଲିୟନ ଡଲାର ସାମରିକ ସହାୟତା ଯୋଗାଇ ଦେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ବୈଦେଶିକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷିଆ ପାଖରେ ବହୁ ସଂଖ୍ୟକ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସେନା କର୍ମଚାରୀ ଅଛନ୍ତି। ଫଳରେ ୟୁକ୍ରେନ ଚାପରେ ରହିଛି।

ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଏହି ମର୍ମରେ ରାଷ୍ଟ୍ରପତି ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି ଯେ ବୈଦେଶିକ ସହାୟତା ଆଇନ ଅନ୍ତର୍ଗତ ଆବଣ୍ଟିତ ୩୫୦ ମିଲିୟନ ଡଲାର ୟୁକ୍ରେନର ପ୍ରତିରକ୍ଷା ଲାଗି ଯୋଗାଇ ଦିଆଯାଉ। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ରୁଷିଆ ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିୟା ଅଞ୍ଚଳର ମେଲିଟୋପୋଲ ସହରକୁ କବଜା କରିଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର କହିଛି ଯେ ଆକ୍ରମଣ ଆରମ୍ଭ କରିବା ପରେ ପ୍ରଥମ ପ୍ରମୁଖ ଜନସଂଖ୍ୟା ବିଶିଷ୍ଟ ସହରକୁ ଦଖଲ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନର ସାମରିକ ବେସ ଉପରେ ରାତିସାରା ଷ୍ଟ୍ରାଇକ କରିବା ପାଇଁ କ୍ରୁଜ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି।

Share