Categories: ଜାତୀୟ

ଫଡ୍‌ନବିସଙ୍କୁ ଗୃହ, ଅର୍ଥ

ମୁମ୍ବାଇ,୧୫।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଗୃହ, ଅର୍ଥ ଏବଂ ଯୋଜନା ବିଭାଗ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ହାତରେ ସହରାଞ୍ଚଳ ବିକାଶ ବିଭାଗ ରଖିଛନ୍ତି। ମହାରାଷ୍ଟ୍ରରେ ଶିବସେନାର ଗୋଟିଏ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହ ପରେ ଜୁନ୍‌ ୩୦ରେ ଶିନ୍ଦେଙ୍କ ନେତୃତ୍ୱରେ ନୂଆ ସରକାର ଗଢ଼ାଯାଇଥିଲା। ଏହାର ୭ ସପ୍ତାହ ପରେ ଗତ ମଙ୍ଗଳବାର ଶିନ୍ଦେ ତାଙ୍କ ଦୁଇଜଣିଆ କ୍ୟାବିନେଟରେ ଆଉ ୧୮ ଜଣ ମନ୍ତ୍ରୀଙ୍କୁ ସାମିଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ମନ୍ତ୍ରୀ ରାଧାକ୍ରିଷ୍ଣ ଭିଖେ ପାଟିଲଙ୍କୁ ରାଜସ୍ବ, ସୁଧୀର ମୁଙ୍ଗନ୍ତିଓ୍ବାରଙ୍କୁ ଜଙ୍ଗଲ ବିଭାଗ, ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ସଂସଦୀୟ ବ୍ୟାପାର ବିଭାଗ ଦିଆଯାଇଛି। ସେହିପରି ଶିନ୍ଦେ କ୍ୟାମ୍ପ୍‌ରୁ ଦୀପକ କେଶରକରଙ୍କୁ ସ୍କୁଲ୍‌ ଶିକ୍ଷା ଏବଂ ଅବଦୁଲ ସତ୍ତାରଙ୍କୁ କୃଷି ବିଭାଗ ଦାୟିତ୍ୱ ମିଳିଛି।

Share