Categories: ଜାତୀୟ

ଇନ୍‌ଫୋସିସ୍‌ ସିଇଓଙ୍କୁ ସମନ

ନୂଆଦିଲ୍ଲୀ,୨୨।୮: ଆୟ ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ରବିବାର ଅର୍ଥ ମନ୍ତ୍ରଣାଳୟ କଡା ପ୍ରଦର୍ଶନ କରିଛି। ଏହି ପୋର୍ଟାଲ ସୃଷ୍ଟି କରିଥିବା ଟେକ୍ନୋଲୋଜି କମ୍ପାନୀ ଇନଫୋସିସର ସିଇଓ ତଥା ଏମଡି ସଲିଲ ପାରେଖଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ସମନ ଜାରି କରିଛି। ଅଗଷ୍ଟ ୨୩ରେ ସଲିଲ ପାରେଖଙ୍କୁ ହାଜର ହେବାକୁ କୁହାଯାଇଛି। ଆୟକର ବିଭାଗ ଏକ ଟୁଇଟ କରି କହିଛି ଯେ, ଅଢେଇ ମାସ ପରେ ମଧ୍ୟ ନୂତନ ଇ-ଫାଇଲିଂ ପୋର୍ଟାଲ ଉପୁଜୁଥିବା ସମସ୍ୟାର ସମାଧାନ କାହିଁକି ହେଉ ନାହିଁ ତାହା ବୁଝାଇବାକୁ ଅର୍ଥ ମନ୍ତ୍ରଣାଳୟ ୨୩ ଅଗଷ୍ଟରେ ଇନଫୋସିସ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସଲିଲ ପାରେଖଙ୍କୁ ଡାକିଛି। ଅଗଷ୍ଟ ୨୧ପୋର୍ଟାଲ ଆଦୌ ଉପଲବ୍ଧ ନାହିଁ।
ସୂଚନାଯୋଗ୍ୟ, ଯେ ଆୟକର ବିଭାଗର ନୂତନ ୱେବସାଇଟ ଜୁନ ୭ ରେ ଆରମ୍ଭ ହୋଇଥିଲା। ଏହା ଇନଫୋସିସ ଦ୍ୱାରା ବିକଶିତ ହୋଇଛି ଏବଂ ଏହାର ବିକାଶ ପାଇଁ ପ୍ରାୟ ୪୨୪୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆରମ୍ଭରୁ ସମସ୍ୟା ଦେଉଥିବା ଏହି ପୋର୍ଟାଲ ଗତ କିଛି ଦିନ ହେବ ସମ୍ପୂର୍ଣ୍ଣ ବନ୍ଦ ରହିଛି, ଯାହା ପରେ ଅର୍ଥ ମନ୍ତ୍ରଣାଳୟ ଏହି କଠୋର ପଦକ୍ଷେପ ନେଇଛି। ଆରମ୍ଭରୁ, ଏହି ୱେବସାଇଟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ପ୍ରାୟ ଅଢେେଇ ମାସ ପରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ଆୟକର ବିଭାଗର ସମସ୍ତ କାର୍ଯ୍ୟ କେବଳ ଅନଲାଇନରେ କରାଯାଇଥାଏ। ଏଭଳି ପରିସ୍ଥିତିରେ ପୋର୍ଟାଲ କାମ ନ କରିବା ଯୋଗୁ ବଡ଼ ସମସ୍ୟା ଉପୁଜିଛି।

Share