ନୂଆଦିଲ୍ଲୀ,୧୨ା୧: ୨୦୨୬-୨୭ କେନ୍ଦ୍ରୀୟ ବଜେଟ ଆଣିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନେଇ ପ୍ରାକ୍ ବଜେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ସମେତ ମଣିପୁର ରାଜ୍ୟପାଳ, ଦିଲ୍ଲୀ, ଗୋଆ, ହରିୟାଣା, ଜମ୍ମୁ-କଶ୍ମୀର, ମେଘାଳୟ ଏବଂ ସିକିମ୍ ମୁଖ୍ୟମନ୍ତ୍ରୀ, ଅରୁଣାଚଳପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅର୍ଥମନ୍ତ୍ରୀ ଓ ଆର୍ଥତ୍କ ବ୍ୟାପାର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କ ସହ ପ୍ରାକ୍ ବଜେଟ ବୈଠକରେ ଯୋଗଦେଇଥିଲେ। ସେଠାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ସମେତ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଓ ଅନ୍ୟ ବିଶିଷ୍ଟ ଅର୍ଥନୀତିଜ୍ଞମାନେ ଉପସ୍ଥିତ ଥିଲେ।
Dharitri – The Largest & Most Trusted Odia Daily


