ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ।

ଆଜିର ଏହି ବଜେଟ୍‌ରେ ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ପଦକ୍ଷେପର ପ୍ରସ୍ତାବ ଦେଉଛନ୍ତି। ଏହା ବୁଣାକାର ଏବଂ କୁଟୀର ଶିଳ୍ପକୁ ଲାଭ ଦେବ। ଗରିବ ଗ୍ରାମୀଣ ଯୁବକମାନେ ଉପକୃତ ହେବେ। ଭାରତରେ କ୍ରୀଡ଼ା ସମ୍ବନ୍ଧୀୟ ଉତ୍ପାଦ ବିକଶିତ କରିବାର ସମ୍ଭାବନା ରହିଛି।

ଦକ୍ଷତା ଏବଂ ଉତ୍ପାଦନ ଗୁଣବତ୍ତା ଉନ୍ନତ କରିବା ସହିତ ବିଶ୍ୱ ବଜାର ପ୍ରବେଶ ଏବଂ ବ୍ରାଣ୍ଡିଂକୁ ବୃଦ୍ଧି କରି ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ପଦକ୍ଷେପ ପାଇଁ ଅଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଏହି ପଦକ୍ଷେପ ବୁଣାକାର, ଗ୍ରାମ ଶିଳ୍ପ, ଏକ ଜିଲା ଏକ ଉତ୍ପାଦ (ODOP) ଯୋଜନା ଏବଂ ଗ୍ରାମୀଣ ଯୁବପିଢ଼ିଙ୍କୁ ଲାଭ ପହଞ୍ଚାଇବାର ଆଶା କରାଯାଉଛି।

ଅର୍ଥମନ୍ତ୍ରୀ କହିଛନ୍ତି, କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍‌। ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍‌ ସବ୍‌କା ବିକାଶ। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲଗାଇଥିବାବେଳେ  ବ୍ୟାପକ ଆୟକର ଏବଂ ଜିଏସ୍‌ଟି ହ୍ରାସ, ଭିତ୍ତିଭୂମିରେ ବ୍ୟୟ ଏବଂ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସ ଭଳି ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥନୀତି ଅତୁଟ ରହିଛି। ସ୍ଥାୟୀ ଅଭିବୃଦ୍ଧି ଧାରା ବଜାୟ ରଖିବା ନିମନ୍ତେ ସେ ବଜେଟରେ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଥା ଶୁଣିଲେନି ଭାଉଜ, ଚା’ କରିବାକୁ ମନା କରିବାରୁ ପିଟିପିଟି ମାରିଦେଲେ ଦିଅର

ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ…

୬ବର୍ଷ ପରେ ଭାରତ-ଚାଇନା ସୀମାରେ ବଡ଼ ହଲଚଲ, ହେବ କି ଯୁଦ୍ଧ?

ନୂଆଦିଲ୍‌ଲୀ,୨୦।୩: ଭାରତ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ଉଭୟ ଦେଶ ଉତ୍ତରାଖଣ୍ଡର ଲିପୁଲେଖ ସୀମାକୁ ପୁନର୍ୱାର ଖୋଲିବାକୁ ନିଷ୍ପତ୍ତି…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri