ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ପଞ୍ଜାବର ଥିଲେ। ଜଣେ ଫାର୍ମାସିଷ୍ଟ ମା ଏବଂ ଡାକ୍ତର ପିତାଙ୍କ ପୁଅ ସୁନକ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ବିଦ୍ୟାଳୟ ’ଓ୍ବିନଚେଷ୍ଟରରେ ଅଧ୍ୟୟନ କରିଛନ୍ତି। ଏହା ପରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।

ସେ ଗୋଲ୍ଡମ୍ୟାନ ସାକ୍ସ ଗ୍ରୁପ ଇଙ୍କଙ୍‌ରେ କାର୍ଯ୍ୟ କରିଥିଲେ ଏବଂ ପରେ ଆମେରିକାର କାଲିଫର୍ନିଆରେ ଅବସ୍ଥିତ ଷ୍ଟାନଫୋର୍ଡ ୟୁନିଭରସିଟିରୁ ତାଙ୍କର ଏମବିଏ କରିଥିଲେ। ଏଠାରେ ସେ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତା ମୁର୍ତ୍ତିଙ୍କୁ ଭେଟିଥିଲେ। ସେ ୨୦୦୯ରେ ଅକ୍ଷତାଙ୍କୁ ବିବାହ କରିଥିଲେ। ତାଙ୍କର କୃଷ୍ଣା ଏବଂ ଅନୁଷ୍କା ନାମକ ଦୁଇ ଝିଅ ଅଛନ୍ତି।

୨୦୧୫ ରେ ୟର୍କଶାୟାରର ରିଚମଣ୍ଡରୁ ସୁନକ ସାଂସଦ ହୋଇଥିଲେ। ସେ ସଂସଦରେ ଭଗବଦ ଗୀତା ଛୁଇଁ ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ। ଫେବୃଆରୀ ୨୦୨୦ ରେ, ସେ ବ୍ରିଟେନର କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଭାବରେ ଏକ୍ସଚେୟାରର ଚାନ୍ସେଲର୍‌ ଅର୍ଥାତ୍ତ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।

Share