ପିଏସ୍‌ବି କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୨୦।୮ (ଅନୁରାଧା ମହାରଣା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନୂଆଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ସରକାରୀ କ୍ଷେତ୍ରର ବ୍ୟାଙ୍କ(ପିଏସ୍‌ବି)ଗୁଡ଼ିକର କାର୍ଯ୍ୟଦକ୍ଷତାର ସମୀକ୍ଷା  କରିଛନ୍ତି। ବୈଠକରେ ଜମା ସଂଗ୍ରହ, ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା, ନୂତନ ଋଣ ଉତ୍ପାଦ ବା ଯୋଜନାର କାର୍ଯ୍ୟକାରିତା ଏବଂ ଆର୍ଥିକ ଅନ୍ତର୍ଭୂକ୍ତରେ ଋଣ ପ୍ରବେଶ ଭଳି ବିଭିନ୍ନ ଆର୍ଥିକ ଦିଗ ସମ୍ପର୍କରେ  ବିସ୍ତୃତ ଆଲୋଚନା କରାଯାଇଥିଲା।
ଜମା ସଂଗ୍ରହ, ଦକ୍ଷ ଗ୍ରାହକ ସେବା ଉପରେ ଧ୍ୟାନ ଦେବା ଏବଂ ବିଶେଷକରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଗ୍ରାହକଙ୍କ ସହ ଯୋଡିହେବା ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଠକେଇ ଏବଂ ସାଇବର ସୁରକ୍ଷା ବିପଦ ବିରୋଧରେ ବ୍ୟାଙ୍କ, ସରକାରୀ, ନିୟାମକ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ସୀତାରାମନ୍‌ ଗୁରୁତ୍ୱାରୋପ କରିଛନ୍ତି। ଡିଜିଟାଲ ଫୁଟପ୍ରିଣ୍ଟ୍‌ ଏବଂ ନଗଦ ପ୍ରବାହ ଉପରେ ଆଧାର କରି ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ ନୂତନ ଋଣ ମୂଲ୍ୟାଙ୍କନ ମଡେଲ ସମେତ ବ୍ୟାଙ୍କଗୁଡିକ ବର୍ତ୍ତମାନର ବଜେଟ ଘୋଷଣାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍‌ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଭଳି ପଦକ୍ଷେପ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ ବୃଦ୍ଧି ଉପରେ ଧ୍ୟାନ ଦେବା ପାଇଁ  ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଆର୍ଥିକ ସେବା ବିଭାଗର ସଚିବ ଡ. ବିବେକ ଯୋଶୀ, ଡେଜିଗନେଟ୍‌ ସଚିବ ଏମ୍‌ ନାଗାରାଜୁ, ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସ୍‌ବି)ର ମୁଖ୍ୟ ତଥା ଆର୍ଥିକ ସେବା ବିଭାଗ (ଡିଏଫ୍‌ଏସ୍‌)ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ହୋଇଥିବା ଆଲୋଚନାନୁସାରେ ଆର୍ଥିକବର୍ଷ ୨୦୨୩-୨୪ରେ ପିଏସ୍‌ବିଗୁଡିକ ସମସ୍ତ ଆର୍ଥିକ ପାରାମିଟରରେ ଭଲ ପ୍ରଦର୍ଶନ କରିଥିଲେ। ନେଟ ଏନ୍‌ପିଏରେ ୦.୭୬ ପ୍ରତିଶତ ହ୍ରାସ, ଉନ୍ନତ ସମ୍ପତ୍ତି ଗୁଣବତ୍ତା, ବ୍ୟାଙ୍କଗୁଡିକର ଭଲ ପୁଞ୍ଜି ପର୍ଯ୍ୟାପ୍ତତା ୧୫.୫୫ ପ୍ରତିଶତରେ ପ୍ରତିଫଳିତ ହୋଇଥିଲା। ବ୍ୟାଙ୍କଗୁଡିକର ନିଟ ସୁଧ ମାର୍ଜିନ (ଏନ୍‌ଆଇଏମ୍‌) ସହିତ ୩.୨୨ ପ୍ରତିଶତ ଏବଂ ସର୍ବଭାରତୀୟ ମୋଟ ଲାଭ ୧.୪୫ ଲକ୍ଷ କୋଟି ଟଙ୍କା ସହିତ ଅଂଶୀଦାରମାନଙ୍କୁ ୨୭,୮୩୦ କୋଟି ଟଙ୍କାର ଏକ ଡିଭିଡେଣ୍ଡ ପେଆଉଟ ଅର୍ନ୍ତଭୁକ୍ତ ରହିଥିଲା। ବିଭିନ୍ନ ପାରାମିଟରରେ ଉନ୍ନତି ବଜାରରୁ ପୁଞ୍ଜି ସଂଗ୍ରହ ପାଇଁ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର କ୍ଷମତାକୁ ମଧ୍ୟ ବଢ଼ାଇଥିବା ବୈଠକରେ ମତ ପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri