ଆଲିଶାନର ସୁପର ଆନୁଆଲ ସେଲ୍‌

ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ପୁରୁଷ ପରିଧାନ ବ୍ରାଣ୍ଡ୍‌ ତଥା ଭୁବନେଶ୍ୱରର ପ୍ରମୁଖ ଗାର୍ମେଣ୍ଟ ଶୋ’ରୁମ୍‌ ‘ଆଲିଶାନ’ର ବହୁ ପ୍ରତୀକ୍ଷିତ ‘ସୁପର ଆନୁଆଲ ସେଲ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ଜରିଆରେ ଗ୍ରାହକମାନେ କଲରପ୍ଲସ, ପାର୍କ ଆଭେନ୍ୟୁ, ପାର୍କ୍ସ, ଆଲେନ୍‌ସୋଲି, ଭ୍ୟାନ୍‌ହୁସେନ୍‌, ଲୁଇଫିଲିପ୍‌, ଲିଭାଇସ, ରେମଣ୍ଡ, ବ୍ଲାକ୍‌ବେରୀ, ୟୁଏସପୋଲୋ, ଟର୍ଟଲ, ଆରୋ, ମୁଫ୍‌ଟି, ବିଙ୍ଗ୍‌ ହ୍ୟୁମାନ, ସିଲିଓ, ରେୟାର ରାବିଟ୍‌, କିଲର୍‌ ଭଳି ବ୍ରାଣ୍ଡ୍‌ର ଫର୍ମାଲ୍‌, କାଜୁଆଲ୍‌ ଓ ପାର୍ଟି ପରିଧାନ ଏବଂ ବିଭିନ୍ନ ପାରମ୍ପରିକ ଉତ୍ସବ ପରିଧାନ ଉପରେ ପ୍ରାୟ ୫୦% ପର୍ଯ୍ୟନ୍ତ ରିହାତି ସହିତ ‘ଗୋଟିଏ କିଣିଲେ ଆଉ ଏକ ମାଗଣା ଏବଂ ଦୁଇଟି କିଣିଲେ ଦୁଇଟି ମାଗଣା’ ଭଳି ଆକର୍ଷଣୀୟ ଅଫର ପାଇପାରିବେ ବୋଲି ଆଲିଶାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଉଛି। ସେହିଭଳି ଏଠାରେ ସମସ୍ତ ବର୍ଗର ଏବଂ ଉତ୍ସବ ନିମନ୍ତେ ବିଭିନ୍ନ ଡିଜାଇନର ପରିପାଟୀର ସମ୍ଭାର ସାମିଲ ରହିଛି। ଏପରିକି ଏହି ଶୋ’ରୁମ୍‌ରେ ପୁରୁଷ ସମ୍ଭାରର ୪୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଉପଲବ୍ଧ। ସେହିପରି ଆଲିଶାନ ତା’ର ଗ୍ରାହକମାନଙ୍କୁ ‘ଆଲିଶାନ ଲୁକ୍‌’ ପ୍ରଦାନ କରିବାରେ ବିଶ୍ୱାସ ରଖୁଥିବାବେଳେ ଅନ୍ୟ କେତେକ ବ୍ରାଣ୍ଡ୍‌ ଉପରେ ଫ୍ଲାଟ୍‌ ୩୦% ଏବଂ ଫ୍ଲାଟ୍‌ ୪୦% ପର୍ଯ୍ୟନ୍ତ ରିହାତି ମଧ୍ୟ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ୫,୦୦୦ ବର୍ଗଫୁଟ ବିଶିଷ୍ଟ ଏହି ସର୍ବପୁରାତନ ଶୋ’ରୁମ୍‌ରେ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ବ୍ରାଣ୍ଡ୍‌ର ପୁରୁଷ ପରିଧାନ ଉପଲବ୍ଧ ରହିଛି। ଏପରିକି କାଜୁଆଲ ପୋଷାକଠାରୁ ଆରମ୍ଭକରି ପାରମ୍ପରିକ ପରିଧାନ, ଡିଜାଇନର ପୋଷାକ, କୁର୍ତ୍ତା ପାଇଜାମା, ଜିନ୍ସ ଟି-ଶାର୍ଟ, ସୁଟିଂସାର୍ଟିଂ, ରେଡିମେଡ୍‌ ଗାର୍ମେଣ୍ଟ, ଜ୍ୟାକେଟ, ୱେଷ୍ଟକୋଟ, ଶୀତବସ୍ତ୍ର ଏବଂ ବିବାହ ଭଳି ବିଶେଷ ମୁହୂର୍ତ୍ତ ନିମନ୍ତେ ଶେରୱାନି ସହିତ ମ୍ୟାଚ୍‌ କରୁଥିବା ଟ୍ରେଣ୍ଡି ଆସେସୋରିଜ୍‌ ମଧ୍ୟ ଉପଲବ୍ଧ।
ଏ ସମ୍ପର୍କରେ ଆଲିଶାନର ପ୍ରୋପ୍ରାଇଟର ଯୁଗଳ ଅଗ୍ରୱାଲ କହିଥିଲେ, ଆମେ ଆମର ବହୁ ପ୍ରତୀକ୍ଷିତ ସୁପର ଆନୁଆଲ ସେଲ୍‌ ସମ୍ପର୍କରେ ଘୋଷଣା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଆକର୍ଷଣୀୟ ସେଲ୍‌ ଅଫର ସବୁ ବର୍ଗର ଗ୍ରାହକଙ୍କ ମନରେ ଉଲ୍ଲାସ ଆଣି ଦେବା ସହ ଅତ୍ୟାଧୁନିକ ପୁରୁଷ ପରିପାଟୀ ପରିଧାନ କରି ଗ୍ରାହକ ବେଶ୍‌ ସୁନ୍ଦର (ଷ୍ଟାଇଲିସ୍‌) ଦେଖାଯିବେ ବୋଲି ସେ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri