Categories: ଜାତୀୟ

ଅର୍ଥମନ୍ତ୍ରୀ ଏମ୍ସରେ ଭର୍ତ୍ତି…

ନୂଆଦିଲ୍ଲୀ,୨୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଇଛି ଯେ ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ ୱାର୍ଡରେ ରଖାଯାଇଛି। ୬୩ ବର୍ଷ ବୟସ୍କା ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ହସ୍ପିଟାଲ ନିଆଯାଇଥିଲା। ତେବେ ତାଙ୍କର କ’ଣ ସ୍ବାସ୍ଥ୍ୟ ସମସ୍ୟା ହୋଇଛି ସେ ସମ୍ବନ୍ଧରେ ସୂଚନା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କର ଯାଞ୍ଚ୍‌ ଜାରି ରହିଛି।

Share