Categories: ଜାତୀୟ

‘ନାଗ’ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨୨ ।୧୦: ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ମିଶାଇଲ ପରୀକ୍ଷଣରେ ଭାରତ ଆଉ ଏକ ପାଦ ଅଗାକୁ ଯାଇଛି । ଭାରତ ଗୁରୁବାର ୱାରହେଡ ସହ ‘ନାଗ’ ଆଣ୍ଟିଟେକ ଗାଇଡେଡ ମିଶାଇଲର ସଫଳ ପରୀକ୍ଷଣ କରିଛି । ଗୁରୁବାର ସକାଳ ୬ଟା ୪୫ରେ ରାଜସ୍ଥାନର ପୋଖରାନ ଫିଲ୍ଡ ପାୟରିଂ ରେଞ୍ଜରୁ ଏହି ପରୀକ୍ଷଣ କରାଯାଇଛି । ଡିଆର୍‌ଡିଓ ଦ୍ୱାରା ଏହା ବିକଶିତ କରାଯାଇଛି । ଏହା ଡିଆର୍‌ଡିଓର ସ୍ୱଦେଶୀ ୱାରହେଡରେ ସାମିଲ ହୋଇଛି । ସୂଚନାଯୋଗ୍ୟ, ଗତ ଦେଢ ମାସ ମଧ୍ୟରେ ଡିଆର୍‌ଡିଓ ପାଖାପାଖି ୧୨ଟି ମିଶାଇଲର ପରୀକ୍ଷଣ ବା ସିଷ୍ଟମ ପରୀକ୍ଷଣ କରି ସାରିଲାଣି । ଏହା ଆଗକୁ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ।

Share