Posted inଖେଳ

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ୮ ଥର ଚାମ୍ପିୟନ ଓ ୪ ଥର ରନରଅପ୍‌ ହୋଇଛି। ୨୦୨୧ରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଟାଇଟଲ ହାସଲ କରିଥିଲା। ଅର୍ଥାତ୍‌ ଡିଫେଣ୍ଡିଂ ଚାମ୍ପିୟନଭାବେ ଭାରତ ଏହି ଟୁର୍ନାମେଣ୍ଟ ଖେଳୁଛି। ମାତ୍ର ଦଳ ପାଇଁ ଲକ୍ଷ୍ୟ ସହଜ ହେବନାହିଁ। କାରଣ କୁଏଟ୍‌ ଏକ ଶକ୍ତିଶାଳୀ ଦଳ। ଏହା ବିପକ୍ଷରେ ଭାରତର ରେକର୍ଡ ମଧ୍ୟ ଭଲ ନାହିଁ। ତେଣୁ ଆଗାମୀ ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଫୁଟବଲପ୍ରେମୀ ଆଶା ରଖିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତିଯୋଗିତାକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାପାଇଁ କୁଏଟ୍‌ ଓ ଲେବାନନ୍‌କୁ ଆମନ୍ତ୍ରଣୀୟ ଦଳଭାବେ ଏଥର ସୁଯୋଗ ମିଳିଛି।
ଫାଇନାଲ ପଥରେ ଭାରତ-କୁଏଟ୍‌
ଚଳିତ ସଂସ୍କରଣରେ ୨ଟି ଯାକ ଦଳ ଭାରତ ଓ କୁଏଟ୍‌ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିଲେ। ପାକିସ୍ତାନକୁ ୪-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ନେପାଳକୁ ୨-୦ ଗୋଲରେ ପରାସ୍ତ କରିଥିଲା। କୁଏଟ୍‌ ସହିତ ଅନ୍ତିମ ମୁକାବିଲା କିନ୍ତୁ ୧-୧ ଗୋଲରେ ଡ୍ର ରହିଥିଲା। ଅଧିନାୟକ ସୁନୀଲ ଛେତ୍ରୀଙ୍କ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମ୍‌ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧ ଇଞ୍ଜୁରି ଟାଇମ୍‌ରେ ଅନଓ୍ବର ଅଲୀଙ୍କ ଆତ୍ମଘାତୀ ଗୋଲ ଯୋଗୁ ଭାରତ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଥିଲା। ସେହିପରି ଭାରତ ବିପକ୍ଷ ଶେଷ ମ୍ୟାଚକୁ ଡ୍ର ରଖିବା ପୂର୍ବରୁ କୁଏଟ୍‌ ନିଜର ପ୍ରଥମ ଗ୍ରୁପ୍‌ ମ୍ୟାଚରେ ନେପାଳକୁ ୩-୧ ଓ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେମିଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୪-୨ ଗୋଲରେ ଲେବାନନକୁ ହରାଇଥିଲା ଏବଂ କୁଏଟ୍‌ ଅତିରିକ୍ତ ସମୟ (ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ)ରେ ଗୋଟିଏ ଗୋଲ ଦେଇ ବାଂଲାଦେଶକୁ ୧-୦ରେ ପରାସ୍ତ କରିଥିଲା।
ମହେଶ ଗାଓ୍ବଲିଙ୍କୁ ଗୁରୁଦାୟିତ୍ୱ
ଭାରତୀୟ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌ ୨ଟି ମ୍ୟାଚରୁ ବାସନ୍ଦ ହୋଇଛନ୍ତି। ତେଣୁ ସେମିଫାଇନାଲ ପରି ଫାଇନାଲରେ ମଧ୍ୟ ସହକାରୀ କୋଚ୍‌ ମହେଶ ଗାଓ୍ବଲିଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ”ଗତ କୁଏଟ୍‌ ଓ ଲେବାନନ୍‌ ବିପକ୍ଷ ମ୍ୟାଚ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେଣୁ ଫାଇନାଲରେ ଧୈର୍ଯ୍ୟର ସହ ଥଣ୍ଡା ମନରେ ଖେଳିବାକୁ ମୁଁ ଖେଳାଳିଙ୍କୁ ପରାମର୍ଶ ଦେଇଛି। ଏହା ଭିନ୍ନ ଧରଣର ଗେମ୍‌ ହୋଇଥିଲେ ହେଁ ଆମେ ଭଲ ପ୍ରଦର୍ଶନ ବଜାୟ ରଖିବାନେଇ ଆଶାବାଦୀ ଅଛୁ“ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଗାଓ୍ବାଲି ପ୍ରକାଶ କରିଛନ୍ତି। ତେବେ କୁଏଟ୍‌ କଡ଼ା ଟକ୍କର ଦେବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ଜଣେ ଖେଳାଳିଭାବେ ଗାଓ୍ବାଲି ୨୦୦୫ କରାଚୀ ଓ ୨୦୧୧ ନୂଆଦିଲ୍ଲୀରେ ଟ୍ରଫି ଜିତି ସାରିଛନ୍ତି। ମାତ୍ର କୋଚ୍‌ଭାବେ ପ୍ରଥମଥର ପାଇଁ ତାଙ୍କ ନିକଟରେ ଟ୍ରଫି ହାସଲର ସୁଯୋଗ ଆସିଛି। ସସ୍‌ପେଣ୍ଡ ଯୋଗୁ ସେମିଫାଇନାଲ ଖେଳିପାରି ନ ଥିବା ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ଆଗାମୀ ମ୍ୟାଚରେ ଖେଳିବେ। କ୍ୟାରିୟରରେ ପ୍ରଥମଥର ପାଇଁ ସାଫ୍‌ ଟାଇଟଲ ଜିତିବାକୁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ବୋଲ ପ୍ରକାଶ କରିଛନ୍ତି।
କୁଏଟ୍‌ ପାଇଁ ବଡ଼ ସୁଯୋଗ
ଲିଗ୍‌ ମ୍ୟାଚ ଅପେକ୍ଷା ଫାଇନାଲରେ ଭିନ୍ନ ଧରଣର ଗେମ୍‌ ହୋଇଥାଏ ବୋଲି କୁଏଟ୍‌ ମୁଖ୍ୟ କୋଚ୍‌ ରୁଇ ବେଣ୍ଟୋ ମଧ୍ୟ ସ୍ବୀକାର କରିଛନ୍ତି। ”ପାଇନାଲରେ ପହଞ୍ଚତ୍ବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଖେଳ ଉପରେ ଫୋକସ ରଖିବା ସହ ଉତ୍ତମ ପ୍ରଦର୍ଶନ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି। ଖେଳକୁ ଉପଭୋଗ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ“ ବୋଲି ବେଣ୍ଟୋ କହିଛନ୍ତି। ପର୍ତ୍ତୁଗାଲର ବେଣ୍ଟୋ ଗତବର୍ଷ କୁଏଟ୍‌ ଜାତୀୟ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶେଷଥର ପାଇଁ ୨୦୧୦ରେ କୁଏଟ୍‌ ଆରବିୟାନ ଗଲ୍ଫ କପ୍‌ ଜିତିଥିଲା। ସେତେବେଳେ ଏହି ଦଳ ଫାଇନାଲରେ ସାଉଦି ଆରବକୁ ପରାସ୍ତ କରିଥିଲା। ଦୀର୍ଘ ବ୍ୟବଧାନରେ ଏହି ଦଳ ଲାଗି ଏକ ଟ୍ରଫି ଜିତିବାର ସୁଯୋଗ ଆସିଛି। ଗତ ୨୧ ଦିନ ମଧ୍ୟରେ କୁଏଟ୍‌ ୭ଟି ମ୍ୟାଚ ଖେଳି ସାରିଛି। କମ୍‌ ଦିନ ମଧ୍ୟରେ ଏତେଗୁଡ଼ାଏ ମ୍ୟାଚ ଖେଳିଥିଲେ ହେଁ ଫାଇନାଲରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କୋଚ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri