Categories: ଜାତୀୟ

୯ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ

ମୁମ୍ବାଇ,୮।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି। ଫଳରେ ବିନା ପରୀକ୍ଷାରେ ଛାତ୍ରୀଛାତ୍ର ପରବର୍ତ୍ତୀ ଶ୍ରେୀକୁ ଉନ୍ନୀତ ହେବେ। ଏନେଇ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବଷା ଗାୟକ୍ୱାଡ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର କରୋନା ସ୍ଥିତି ଗମ୍ଭୀର ହୋଇ ପଡିଥିବାବେଳେ ଅଫଲାଇନ୍‌ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

Share