ବିଜୁ ପକ୍କାଘର ନିର୍ମାଣ ପରେ ମିଳୁନି ଫାଇନାଲ ବିଲ୍‌

ଡେରାବିଶ, ୪ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢ଼ଙ୍ଗା ଗାଁର ଜଣେ ବ୍ୟକ୍ତି ବାସଗୃହ ଯୋଜନାରେ ମିଳିଥିବା ଗୃହଟି ୫ବର୍ଷ ତଳେ ସମ୍ପୂର୍ଣ୍ଣ କରିଥିଲେ। ହେଲେ ନିର୍ମାଣ କରିଥିବା ଗୃହର ଫାଇନାଲ ବିଲ୍‌ ପାଇବାକୁ ପଞ୍ଚାୟତ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ଯାଏ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ ହେଁ ହିତାଧିକାରୀ ତାଙ୍କ ଖର୍ଚ୍ଚ ଟଙ୍କା ପାଉନାହାନ୍ତି। ହିତାଧିକାରୀ ଜଣକ ହେଲେ ଅଢ଼ଙ୍ଗା ଗାଁର ସଞ୍ଜୟ କୁମାର ଲେଙ୍କା। ପିତା ଭୂମିହୀନ ଥିବାରୁ ଅଢ଼ଙ୍ଗା ଗଁାରେ ୪ ଡିସିମିଲ୍‌ ଘରଡିହ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ସେତେବେଳେ ଇନ୍ଦିରା ଆବାସ ଯୋଜନାରେ ପକ୍କାଘର କରିଥିଲେ। ଏବେ ସେଥିରେ ସଞ୍ଜୟଙ୍କ ବଡ଼ଭାଇ ରହୁଛନ୍ତି। ବଡ଼ଭାଇଙ୍କଠାରୁ ପୃଥକ୍‌ ବାସ କରୁଥିବା ସଞ୍ଜୟ ଅଲଗା ହୋଲ୍ଡିଂ ନମ୍ବରରେ ଏକ ବିଜୁ ପକ୍କାଘର ପାଇବାକୁ ଯୋଗ୍ୟ ହୋଇ ୨୦୧୭ ମାର୍ଚ୍ଚ ୨୫ରେ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ। ଏହି ନିର୍ମାଣ କାର୍ଯ୍ୟ ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ସରକାରଙ୍କ ଘୋଷଣା ଅନୁଯାୟୀ, ପୁରସ୍କାର ପାଇବା ଆଶାରେ ସଞ୍ଜୟ ଧାର କରଜ କରି ଗୃହ କାର୍ଯ୍ୟ ଶେଷ କରିଥିଲେ। ନିୟମ ଅନୁଯାୟୀ, ୩ଟି କିସ୍ତିରେ ୯୦ହଜାର ଟଙ୍କା ଚେକ୍‌ ମାଧ୍ୟମରେ ସେ ପାଇଥିଲେ। ୪ର୍ଥ ତଥା ଶେଷ କିସ୍ତି ଛାତ ପଡ଼ି କବାଟ ଝରକା ଲଗାଇ ବାସୋପଯୋଗୀ କରିବା ପରେ ମିଳିବାର ନିୟମ ଥିଲା। ସଞ୍ଜୟ ସେସବୁ ସାରିଲା ପରେ ବି ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଅଥଚ ବାକିଥିବା ୩୦ ହଜାର ଟଙ୍କା ସେ ଅଦ୍ୟାବଧି ପାଇନାହାନ୍ତି। ବିଭିନ୍ନ ସମୟରେ ବ୍ଲକ ଓ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଏ ସମ୍ପର୍କରେ ଅଭିଯୋଗ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ଗତ ସୋମବାର ଇନ୍ଦାଳୋ ପଞ୍ଚାୟତରେ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ବିଡିଓ ନମିତା ବାରିକଙ୍କ ନିକଟରେ ୩ୟ ଥର ପାଇଁ ସେ ଅଭିଯୋଗ କରିଛନ୍ତି। ସଞ୍ଜୟ ଧାର କରଜ ଶୁଝି ନ ପାରି ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପ୍ରତି ସୁବିଚାର ନ ହେଲେ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ବାରିକଙ୍କୁ ପଚାରିବାରେ ସଞ୍ଜୟଙ୍କ ବାସଗୃହ ଯୋଜନାକୁ ନେଇ ନ୍ୟାୟାଳୟରେ ମାମଲା ଚାଲିଥିବାରୁ ତାଙ୍କର ଫାଇନାଲ ବିଲ୍‌ କରିବା ସମ୍ଭବପର ନୁହେଁ। ତେବେ ନ୍ୟାୟାଳୟର ବିଚାର ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri