ସାଇବର ଫ୍ରଡର ଶିକାର ହେଲେ ବୋନି

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର ନାମୀ ନିର୍ଦ୍ଦେଶକ ବୋନି କପୁର ସାଇବର ଫ୍ରଡର ଶିକାର ହୋଇଥିବା ଜଣାପଡିଛି । ଯାହା ଫଳରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଚୋରୀ ହୋଇଥିବା କୁହାଯାଉଛି । ଏ ନେଇ ବୋନି ମୁମ୍ବାଇର ଅମ୍ବୋଲି ପୋଲିସ ଥାନାରେ ବୁଧବାର ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ଅନୁଯାୟୀ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବୋନିଙ୍କ କ୍ରେଡିଟ କାର୍ଡରୁ ୫ଥର ଟ୍ରାଞ୍ଜାକଶନ କରି ୩.୮୨ ଲକ୍ଷ ଟଙ୍କା ଉଠାଯାଇଛି । ହେଲେ ଏହା କେମିତି ହୋଇଛି ସେ ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ନା ତାଙ୍କ ପାଖକୁ କୌଣସି କଲ ଆସିଛି ନା ତାଙ୍କ କାର୍ଡ ସମ୍ପର୍କରେ କେହି କିଛି ତଥ୍ୟ କେହି ମାଗିଛି । ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ଆକଉଣ୍ଟରୁ ଟଙ୍କା ଉଠିଛି ସେତେବେଳେ ସେ ବ୍ୟାଙ୍କ ସହ ଯୋଗାଯାଗ କରିବା ସହ ପୋଲିସରେ ଅଭିଯୋଗ କରିଥିବା କହିଛନ୍ତି । ବୋନିଙ୍କ ଆକାଉଣ୍ଟରୁ ଟଙ୍କା ଗୁରୁଗ୍ରାମର ଏକ କମ୍ପାନୀକୁ ଯାଇଥିବା ଜଣାପଡିଛି । ଏହି ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି ।

Share